ଲକ୍ଷ୍ନୌ: ରାମ ମନ୍ଦିର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହନୁମାନଗଡି ମନ୍ଦିରକୁ ଏକ ରୂପାର ମକୁଟ ସହ ରାମ ନାମ ଲେଖାଯାଇଥିବା ଏକ ରୂପାର ହାର ପ୍ରଦାନ କରିଛନ୍ତି । ଏନେଇ ମନ୍ଦିରର ମୁଖ୍ୟ ପୁରୋହିତ ଗଦିନଶିନ ପ୍ରେମଦାସ ଜି ମହାରାଜ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଆମେ ମଧ୍ୟ ଆଶା କରୁଛୁ ଯେ, ଅପରାହ୍ନରେ ମୋଦି 3.5 କ୍ୱିଣ୍ଟାଲ ଘଣ୍ଟି ବଜାଇ ରାମ ଜନ୍ମଭୂମି ଅଭିମୁଖେ ଆଗକୁ ବଢିବେ। ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ଏହା ଅଯୋଧ୍ୟା ପାଇଁ ଏକ ଗର୍ବର ବିଷୟ । ଅନେକ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଛନ୍ତି, କିନ୍ତୁ ରାମ ମନ୍ଦିରର ଆଧାରଶୀଳା ରଖିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ କେହି ଆସିନାହାନ୍ତି ।
ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଆଧାରଶୀଳା ରଖାଯିବାନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅତିଥି ଭାବେ ଅନେକ ସ୍ଥାନରୁ ବହୁ ସାଧୁ ସନ୍ଥ ମାନେ ଓ ରାମ ଭକ୍ତ ମାନେ ଆସି ପହଞ୍ଚିଛନ୍ତି । ପୂଜା, ହୋମ, ମନ୍ତ୍ରୋଚାରଣରେ ଗଗନ ପବନ ମୁଖୋରିତ ହୋଇ ଉଠୁଛି ସମଗ୍ର ଅଯୋଧ୍ୟା ନଗରୀ।
@ANI