ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମାସିକ ରେଡିଓ କାର୍ଯ୍ୟକ୍ରମ ’ମନ କି ବାତ୍’ରେ ରବିବାର ପୂର୍ବାହ୍ନ 11 ସମୟରେ ସେ ଉଦବୋଧନ ଦେବେ । ଶେଷ ଥର ପାଇଁ ଅଗଷ୍ଟ 18ରେ ସମ୍ବୋଧିତ କରି 68ତମ ସଂସ୍କରଣ ପାଇଁ ସାଧାରଣ ଜନତାଙ୍କ ଠାରୁ ଇନପୁଟ ଓ ବିଚାରଧାରା ବାଣ୍ଟିବାକୁ କହିଥିଲେ ।
’ମନ କି ବାତ’ ର 67 ତମ ସଂସ୍କରଣର ସମୟରେ 21 ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଥିଲା । ଏହି ସମୟରେ ଦେଶବାସୀଙ୍କୁ ମୋଦି ସମ୍ବୋଧିତ କରି ପାକିସ୍ତାନକୁ ସମାଲୋଚନା କରିଥିଲେ । ପାକ୍ ଭାରତକୁ ଭୂମିକୁ କବଜା କରିବା ଓ ଆନ୍ତରୀକ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଯେଉଁ ଯୋଜନା ବା ଚାଲ ଆପଣାଇଥିଲା ତାକୁ ବିରୋଧ କରିଥିଲେ ମୋଦି ।
ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ବନ୍ଧୁତ୍ୱପୂର୍ଣ୍ଣ ଉଦ୍ୟମକୁ ଦୃଷ୍ଟିରେ ରଖି ପାକିସ୍ତାନ ବ୍ୟାକଷ୍ଟାବ କରିବାକୁ ଚେଷ୍ଟା କରିଛି। କାର୍ଗିଲ ଯୁଦ୍ଧ ସମୟରେ ସୈନ୍ୟକଙ୍କ ବୀରତ୍ୱର କାହାଣୀ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ଅନୁରୋଧ କରିଥିଲେ। ସେ ଆହୁରି ମଧ୍ୟ ଲୋକମାନଙ୍କୁ ୱେବସାଇଟ୍ - www.gallantryawards.gov.in ପରିଦର୍ଶନ କରିବାକୁ କହିଥିଲେ । ଏହା ଦ୍ବାରା ସୈନ୍ୟଙ୍କ ସାହସୀ ଏବଂ ସେମାନଙ୍କର ବୀରତ୍ୱ ବିଷୟରେ ଅନେକ କିଛି ଜାଣିପାରିବେ । ଯେତେବେଳେ ଆପଣ ଏହାକୁ ସାଙ୍ଗମାନଙ୍କ ସହ ସେୟାର କରିବେ, ସେମାନେ ମଧ୍ୟ ଅନୁପ୍ରାଣିତ ହେବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ