ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲବଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ହେବାକୁ ଥିବା 2018 ବ୍ୟାଚ ଆଇପିଏସ ପାସିଂ ଆଉଟ୍ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏନେଇ ପ୍ରଧାନମନ୍ତ୍ରୀ ରାଜି ହୋଇଥିବା ଏକାଡେମୀର ନିର୍ଦ୍ଦେଶକ ଅତୁଲ କରୱାଲ କହିଛନ୍ତି ।
ଶୁକ୍ରବାର ପାସଆଉଟ ହେବାକୁ ଥିବା 131 ଆଇପିଏସଙ୍କ ମଧ୍ୟରେ 28 ଜଣ ମହିଳା ରହିଛନ୍ତି । ଯେଉଁମାନେ କି ଆସନ୍ତାକାଲି ପରେଡରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପରେଡରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେବେ ।
ଏହି ଅବସରରେ ଆଇପିଏସ ପାସଆଉଟଙ୍କୁ ମୋଦି ସମ୍ବୋଧିତ କରିବେ । ଯାହା ଆମ ପାଇଁ ଗର୍ବର ବିଷୟ ବୋଲି କରୱାଲ କହିଛନ୍ତି ।
ସେହିପରି ଆଇପିଏସ ପ୍ରଶିକ୍ଷଣ ନେଉଥିବା ଡିଭି କିରନ ଶ୍ରୁଥି କହିଛନ୍ତି ଯେ, ‘ମୁଁ ବହୁତ ଖୁସି ଅଛି । ମୁଁ ତାମିଲନାଡୁ କ୍ୟାଡରର ହୋଇଥିବାବେଳେ ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗରେ ଆଗକୁ କାମ କରିବି ।’ ଅନ୍ୟପଟେ ଆଇପିଏସ ପ୍ରଶିକ୍ଷଣ ନେଉଥିବା କେ ବିଜୟ ଶଙ୍କର ଦେଶ ପାଇଁ କାମ କରିବାର ସୁଯୋଗ ପାଇଥିବାରୁ ଗର୍ବିତ ବୋଲି କହିଛନ୍ତି ।