ନୂଆଦିଲ୍ଲୀ: କୋରୋନା ସଙ୍କଟ ଏବଂ ଚୀନ ସହ ଚାଲିଥିବା ବିବାଦ ମଧ୍ୟରେ ପ୍ରଥମ ଥର ପାଇଁ ବୈଶ୍ବିକ ସ୍ତରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗୁରୁବାର ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020 ରେ ଉଦ୍ଘାଟନ ଅବସରରେ ଅଭିଭାଷଣ ଦେବେ । କୋରୋନା ମହାମାରୀ ପରେ ବିଶ୍ୱ ଦର୍ଶକଙ୍କ ନିକଟରେ ଏହା ତାଙ୍କର ପ୍ରଥମ ଭାଷଣ ହେବ। ଏହି କାର୍ଯ୍ୟକ୍ରମରେ ବିଶ୍ବର 30 ଦେଶର 5 ହଜାରରୁ ଅଧିକ ପ୍ରତିନିଧି ସାମିଲ ହେବାର ସମ୍ଭାବନା ରହିଛି ।
ମହାମାରୀ ସଙ୍କଟ ମଧ୍ୟରେ ଦିନି ଦିବସୀୟ ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020 ଗୁରୁବାର ଠାରୁ ଆରମ୍ଭ ହେବ । ଶନିବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଦି ମନ୍ତ୍ରୀ ଅଭିଭାଷଣ ରଖିବେ ।
ଏହି ଭର୍ଚୁଆଲ କନଫ୍ରେନ୍ସର ଥିମ ଦ ରିଭାଇବଲ-ଇଣ୍ଡିଆ ଆଣ୍ଡ ଏ ବେଟର ନ୍ୟୁ ୱାର୍ଲ୍ଡ । ତେବେ ଇଣ୍ଡିଆ ଇଙ୍କ ଗ୍ରୁପର ସଂସ୍ଥାପକ ତଥା ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଅଧ୍ୟକ୍ଷ ମନୋଜ ଲାୱଡା ଏନେଇ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ବେଲ୍ସର ପ୍ରିନ୍ସ ଚାର୍ଲ୍ସ ଏବଂ ବ୍ରିଟେନର କେତେକ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ସମ୍ବୋଧିତ କରିବେ । ସେମାନଙ୍କ ମଧ୍ୟରେ ବୈଦେଶିକ ସଚିବ ଡୋମିନିକ୍ ରାଏବ, ଗୃହ ସଚିବ ପ୍ରୀତି ପଟେଲ, ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ଲିଜ୍ ଟ୍ରସ୍ ରହିଛନ୍ତି । ଏହି କାର୍ଯ୍ୟକ୍ରମ ବ୍ରେକସିଟ ପରେ ବ୍ରିଟନରେ ଭାରତର ଗୁରୁତ୍ବକୁ ଦର୍ଶାଉଥିବା ମନୋଜ କହିଛନ୍ତି ।