ETV Bharat / bharat

ଅର୍ଥନୀତିର ପୁନଃରୁଦ୍ଧାର ପାଇଁ 50 ଅଧିକାରୀଙ୍କ ଠୁ ଇନପୁଟ ନେଉଛନ୍ତି ମୋଦି

author img

By

Published : Jul 16, 2020, 4:40 PM IST

ଜାତୀୟ ଅର୍ଥନୀତିରେ କୋରୋନାର ପ୍ରଭାବ ଆକଳନ କରିବାକୁ ଗୁରୁବାର ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇଛି ମହାମାରୀ କୋରୋନା । ତେବେ ଜାତୀୟ ଅର୍ଥନୀତିରେ ଏହାର ପ୍ରଭାବ ଆକଳନ କରିବାକୁ ଗୁରୁବାର ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଉପଭୋକ୍ତାଙ୍କ ଚାହିଦା ହ୍ରାସ ଦ୍ବାରା ତ୍ରୟମାସିକ ରିପୋର୍ଟରେ ଅଭିବୃଦ୍ଧି ହାର ହ୍ରାସ ହେଉଛି । ଏହା ମାନ୍ଦାବସ୍ଥା ପ୍ରବେଶ ଦିଗରେ ସଙ୍କେତ ଦେଉଛି । ତେଣୁ ବୈଠକରେ କୋରୋନା ପ୍ରଭାବିତ ଅର୍ଥନୀତିର ତୀବ୍ର ପୁନଃରୁଦ୍ଧାର ଉପରେ ଫୋକସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଜାରି ରହିଛି । ବୈଠକରେ ଅର୍ଥ ଓ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଆର୍ଥିକ ପରିସ୍ଥିତି ଉପରେ ଉପସ୍ଥାପନା କରିଥିବା ଜଣାପଡିଛି । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ 50 ଜଣ ବରିଷ୍ଠ ଅଧିକାରୀଙ୍କଠାରୁ ଇନପୁଟ ନେଉଛନ୍ତି । ଏହାପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ତଥା ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ତଥା ନୀତି ଆୟୋଗ ସହ ତିନିଟି ପୃଥକ ବୈଠକ କରିଥିଲେ।

କରୋନାଭାଇରସ୍ ସଙ୍କଟର ମୁକାବିଲା ପାଇଁ ସରକାର ମେ ମାସରେ 20.97 ଲକ୍ଷ କୋଟି ଟଙ୍କାର ବିଶ୍ବର ସବୁଠାରୁ ବଡ ପ୍ୟାକେଜ୍ ଘୋଷଣା କରିଥିଲେ । ବ୍ୟବସାୟ ଏବଂ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ ସରକାର। କେନ୍ଦ୍ର ସରକାର ଭାରତୀୟ ଅର୍ଥନୀତିରେ କୋରୋନାର ପ୍ରଭାବକୁ ଆକଳନ କରୁଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଏହି ସମସ୍ୟାର ସମାଧାନ ପାଇଁ ଅଧିକ ପଦକ୍ଷେପ ନେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.