ETV Bharat / bharat

ବିଡେନଙ୍କ ସହ ଫୋନରେ କଥା ହେଲେ ମୋଦି, କୋରୋନା ବିଷୟରେ ହୋଇଛି ଚର୍ଚ୍ଚା

author img

By

Published : Nov 18, 2020, 4:19 AM IST

ମଙ୍ଗଳବାର ଜୋ ବିଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବିଡେନଙ୍କ ସହ ଫୋନରେ କଥା ହେଲେ ମୋଦି, କୋରୋନା ବିଷୟରେ ହୋଇଛି ଚର୍ଚ୍ଚା
ବିଡେନଙ୍କ ସହ ଫୋନରେ କଥା ହେଲେ ମୋଦି, କୋରୋନା ବିଷୟରେ ହୋଇଛି ଚର୍ଚ୍ଚା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେଇ ବିଜୟ ହୋଇସାରିଛନ୍ତି ଡେମୋକ୍ରାଟ ପାର୍ଟି ନେତା ଜୋ ବିଡେନ । ସେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର 46 ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ତେବେ ବିଡେନ ଆମେରିକାର ଶାସନ ମଙ୍ଗ ସମ୍ଭାଳିବା ପରେ ଭାରତ ସହ ତାଙ୍କର ସମ୍ପର୍କ କିପରି ରହିବ, ଏନେଇ ରହିଛି ସମସ୍ତଙ୍କ ନଜର । ତେବେ ଏହାରି ମଧ୍ୟରେ ମଙ୍ଗଳବାର ଜୋ ବିଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ସହ କଥା ହୋଇ ଏହି ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗ ବିଷୟରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ଯେ ସେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଫୋନରେ କଥା ହୋଇଛନ୍ତି । ଆମେ ଭାରତ-ଆମେରିକାର ରଣନୀତିକ ଭାଗିଦାରୀ ପାଇଁ ଆମର ଦୃଢ ପ୍ରତିବଦ୍ଧତାକୁ ଦୋହରାଇଛୁ । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିରେ ଆହୁରି ଲେଖିଛନ୍ତି ଯେ କୋରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କମଲା ହାରିସଙ୍କ ବିଜୟ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ଗର୍ବ ଏବଂ ପ୍ରେରଣା ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.