ନୂଆଦିଲ୍ଲୀ: ୨୦୧୯ରଣକ୍ଷେତ୍ରରେ ବିଜୟପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର ଅଭିଯାନ । ଏହାସହ ରାଜନେତାମାନେ ପ୍ରଚାର ମାଧ୍ୟମରେ ପରସ୍ପରକୁ କରୁଛନ୍ତି ଟାର୍ଗେଟ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମେରଟରେ ଏକ ଜନସଭାକୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଛନ୍ତି ।
ଯେତେବେଳେ ମୋର ବୟସ 8 ରୁ ୧୦ ବର୍ଷ ଥିଲା, ସେହି ସମୟ ଠାରୁ ସରକାର ଗରିବି ହଟାଇବ ବୋଲି କହି ଆସୁଥିଲେ । ଯେତେବେଳେ ମୋ ବୟସ ୨୦ ରୁ ୨୨ ବର୍ଷରେ ପହଞ୍ଚିଲାସେତେବେଳେ ଇନ୍ଦିରା ଗାନ୍ଧୀଙ୍କ 'ଗରିବି ହଟାଅ' ନାରା ଶୁଣିଥିଲି । ଏହାପରେ ମଧ୍ୟ କଂଗ୍ରେସର ନାମଦାର(ରାହୁଲ ଗାନ୍ଧୀ) ଗରିବି ହଟାଇବାର ନାରା ଦେଉଛନ୍ତି। କିନ୍ତୁ ଗରିବି ହଟିନାହିଁ ବୋଲି ମୋଦି କହିଛନ୍ତି ।
ଏହାସହ ପିଏମ କହିଛନ୍ତି ଯେ, ବିଗତ ୭୨ ବର୍ଷରେ କଂଗ୍ରେସ ଯେପରି ଗରିବଙ୍କୁ ଅଣଦେଖା କରିଛି । ତାହାକୁ ଦେଖି ଦେଶର ଗରିବ କହୁଥିବେ ଯେ କଂଗ୍ରେସ ହଟାଅ, ଗରିବି ଆପେ ଆପେ ହଟିଯିବ । କଂଗ୍ରେସ ବିଗତ ୭୨ ବର୍ଷରେ ଗରିବଙ୍କ ପାଇଁ କିଛି କରି ନାହିଁ । କଂଗ୍ରେସ ଗରିବଙ୍କୁ ଧୋକା ଦେଇ କ୍ଷମତା ହାସଲ କରିଥିବା ଅଭିଯୋଗ କରିଛନ୍ତିପିଏମ ମୋଦି ।