ETV Bharat / bharat

କୋରୋନା ବିରୋଧୀ ଲଢେଇରେ ଭାରତର ଭୂମିକା ପ୍ରସଂଶନୀୟ: ୟୁରୋପୀୟ ସଂଘ

author img

By

Published : Jul 15, 2020, 5:55 PM IST

କୋରୋନା ବିରୋଧୀ ଲଢେଇରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ମହାମାରୀର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଉଦ୍ୟମରେ ମଧ୍ୟ ଏହା ସହାୟକ ହୋଇଛି ବୋଲି ୟୁରୋପୀୟ ସଂଘ କହିଛି ।

ୟୁରୋପୀୟ ସଂଘ
ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ 15 ତମ ଶିଖର ସମ୍ମିଳନୀ ବୈଠକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ହୋଇଛି । ଏହି ବୈଠକରେ ସୁରକ୍ଷା, ଜଳବାୟୁ, ପରିବେଶ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଡିଜିଟାଲ ଅର୍ଥନୀତି ଏବଂ ସଂଯୋଗ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା ହୋଇଛି । ଆଜିର ବିଶ୍ବ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଭଳି ଦୀର୍ଘକାଳୀନ ଚ୍ୟାଲେଞ୍ଜ ମଧ୍ୟ ଭାରତ ଏବଂ ୟୁରୋପୀୟ ସଂଘ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଭାରତରେ ନବୀକରଣୀୟ ଶକ୍ତିର ଉପଯୋଗ ବୃଦ୍ଧି ପାଇଁ ୟୁରୋପୀୟ ପୁଞ୍ଜି ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟାକୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ୟୁରୋପୀୟ ସଂଘକୁ ଭାରତର ପ୍ରକୃତ ବନ୍ଧୁ ଦର୍ଶାଇ ମୋଦି କହିଛନ୍ତି, ଭାରତ ଏବଂ ୟୁରୋପୀୟ ସଂଘ ପ୍ରାକୃତିକ ଅଂଶୀଦାର ଅଟନ୍ତି । କାରଣ ଉଭୟ ଗଣତନ୍ତ୍ର, ବହୁପାକ୍ଷିୟତା, ବହୁମତବାଦ, ସ୍ବାଧୀନତା ଏବଂ ସ୍ବଚ୍ଛତା ଉପରେ ବିଶ୍ବାସ କରନ୍ତି ବୋଲି ମୋଦି କହିଛନ୍ତି । ସେ କହିଛନ୍ତି, ଆମର ସହଭାଗିତା ବିଶ୍ବର ଶାନ୍ତି ଏବଂ ସ୍ଥିରତା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ବାସ୍ତବିକତା ଆଜି ବୈଶ୍ବିକ ସ୍ଥିତିରେ ଆହୁରି ସ୍ପଷ୍ଟ ହୋଇଛି ବୋଲି ମୋଦି କହିଛନ୍ତି । ଏହି ସମ୍ମିଳନୀ ମାର୍ଚ୍ଚରେ ହେବାର ଥିଲା । କିନ୍ତୁ କୋରୋନା ଭାଇରସ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା । ତେବେ ଭର୍ଚୁଆଲ୍ ମିଡିଆ ମାଧ୍ୟମରେ ଆମେ ପୁଣିଥରେ ଏକାଠି ହେବାକୁ ସକ୍ଷମ ହୋଇଛୁ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଅର୍ଥନୀତିର ପୁନଃନିର୍ମାଣ ଏବଂ ମାନବ ଆଧାରିତ ବୈଶ୍ବିକରଣର ନିର୍ମାଣରେ ଭାରତ ଏବଂ ୟୁରୋପୀୟ ସଂଘ ମିଳିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମୋଦି କହିଛନ୍ତି ।

ସେପଟେ କୋରୋନା ବିରୋଧୀ ଲଢେଇରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ମହାମାରୀର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଉଦ୍ୟମରେ ମଧ୍ୟ ଏହା ସହାୟକ ହୋଇଛି ବୋଲି ୟୁରୋପୀୟ ସଂଘ କହିଛି । ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମାଇକେଲ ଏବଂ ୟୁରୋପୀୟ କମିଶନର ମୁଖ୍ୟ ଉର୍ସୁଲା ଉନ ଡର ଲେୟନ ସମ୍ମିଳନୀରେ ଏଭଳି କହିଛନ୍ତି।

ଏନେଇ ମାଇକେଲ କହିଛନ୍ତି, 'ୟୁଏଇ ସହ ଦେଖାଇଥିବା ସହଯୋଗ ପାଇଁ ମୁଁ ଭାରତକୁ ଧନ୍ୟବାଦ ଦେବାକୁ ଚାହେଁ । ମହାମାରୀ କୋରୋନାର ମୁକାବିଲାରେ ବହୁପକ୍ଷୀୟ ଭାବରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାରତର ଭୂମିକା ପ୍ରସଂଶନୀୟ ।' ଏହି ସମ୍ମିଳନୀରେ ୟୁରୋପୀୟ ପରିଷଦର ମୁଖ୍ୟ ଚାର୍ଲସ ମାଇକେଲ ଏବଂ ୟୁରୋପୀୟ କମିଶନର ମୁଖ୍ୟ ଉର୍ସୁଲା ଉନ ଡର ଲେୟନ ୟୁରୋପୀୟ ସଂଘର ନେତୃତ୍ବ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.