ନୂଆଦିଲ୍ଲୀ: ଏକଜିଟଠୁ ଆହୁରି ଖତରନାକ ହୋଇପାରେ ଏକଜ୍ୟାକ୍ଟ । ମ୍ୟାଜିକ ନମ୍ବର ଛୁଇଁଲାଣି ଏନଡିଏ । ଗଣତି ଶେଷ ବେଳକୁ ସଂଖ୍ୟା ଆହୁରି ବଢିପାରେ । ଏନଡିଏ 275 ଆସନରେ ବିଜୟୀ ହୋଇସାରିଥିବାବେଳେ ଏବେ 80 ଆସନରେ ଆଗୁଆ ରହିଛି । ସୋସିଆଲ ମିଡିଆରେ ନାଁରୁ ଚୌକିଦାର ହଟାଇଛନ୍ତି ନରେନ୍ଦ୍ର ମୋଦି ।
2019ରେ ବି କାମ କଲା ମୋଦି ମ୍ୟାଜିକ । ଏନଡିଏକୁ ମିଳିଲା ବହୁମତ । ସତ ହେଲା ଏକଜିଟ ପୋଲର ଆକଳନ । କେବଳ ସତ ହୋଇନି, ଆହୁରି ମଧ୍ୟ ଆକଳନରୁ ବଳି ଯାଇପାରେ ଆସନ ସଂଖ୍ୟା । ଅନ୍ୟପଟେ ଦରିଆପାରିରୁ ଛୁଟୁଛି ଶୁଭେଚ୍ଛାର ସୁଅ । ସବୁଠୁ ଶୁଭୁଛି ମୋଦି-ମୋଦି ନାରା ।