ETV Bharat / bharat

ଭାରତ ଫେରିଲେ ମୋଦି, ମନେ ପକାଇଲେ ସର୍ଜିକାଲ ଷ୍ଟ୍ରାଇକ - ଭାରତ ଫେରିଲେ ମୋଦି

ସର୍ଜିକାଲ ଷ୍ଟ୍ରାଇକର 3 ବର୍ଷ ପୂର୍ତ୍ତି ଅବସରରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ମୋଦି । 3 ବର୍ଷ ପୂର୍ବେ ଆଜିର ରାତିରେ ଭାରତୀୟ ବୀର ଯବାନ ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ବୋଲି ମୋଦି କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 28, 2019, 9:52 PM IST

ନୂଆଦିଲ୍ଲୀ: ପ୍ରାୟ ଏକ ସପ୍ତାହର ଆମେରିକା ଗସ୍ତ ସାରି ଆଜି ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ପରେ ବିମାନବନ୍ଦର ବାହାରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି ।

ପାଲାମ ଟେକନିକାଲ ଅଞ୍ଚଳରେ ବିଜେପି କର୍ମୀମାନେ ଏକ ସ୍ବତନ୍ତ୍ର ସମାରୋହ କରି ତାଙ୍କୁ ସ୍ବାଗତ କରିଛନ୍ତି । ଏହି ଅବସରରେ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଭିଡିଓ ସୌଜନ୍ୟ: ଏଏନଆଇ

ମୋଦି ସର୍ବ ପ୍ରଥମେ 130 କୋଟି ଭାରତୀୟଙ୍କୁ ପ୍ରଣାମ କରିବା ସହ ସେଠାରେ ଉପସ୍ଥିତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ପୂର୍ବରୁ ମଧ୍ୟ ମୁଁ 2014 ନିର୍ବାଚନ ଜିତିବା ପରେ ଆମେରିକା ଏବଂ ମିଳିତ ଜାତିସଙ୍ଘ ଯାଇଥିଲି । କିନ୍ତୁ ଏଥର ମୁଁ ଅନେକ ପରିବର୍ତ୍ତନ ଅନୁଭବ କଲି । ବିଶ୍ବରେ ଭାରତର ସମ୍ମାନ ବଢିଛି । ଆମେରିକାରେ ସମସ୍ତଙ୍କ ମୁହଁରେ କେବଳ ହାଓଡି ମୋଦି ହିଁ ଶୁଣିବାକୁ ମିଳିଲା । ଯାହା ଦେଶ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

ଏହା ସହିତ ସର୍ଜିକାଲ ଷ୍ଟ୍ରାଇକର 3 ବର୍ଷ ପୂର୍ତ୍ତି ଅବସରରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ମୋଦି । ସେ କହିଛନ୍ତି, 3 ବର୍ଷ ପୂର୍ବେ ଆଜିର ରାତିରେ ଭାରତୀୟ ବୀର ଯବାନ ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ । ଆତଙ୍କବାଦୀଙ୍କ ଶିବିରକୁ ଧ୍ବଂସ ବିଧ୍ବଂସ କରିଥିଲେ । ସେହି ବୀର ଯବାନଙ୍କ ପରାକ୍ରମକୁ ସାଲ୍ୟୁଟ କରିଛନ୍ତି ମୋଦି ।

Intro:Body:

nkiioopl;..

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.