ETV Bharat / bharat

ମୋଦିଙ୍କ ନୂଆବର୍ଷ ଭେଟି, ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଲେ 18 ହଜାର କୋଟି - କୃଷକ ସମ୍ମାନ ନିଧି

କୃଷକ ସମ୍ମାନ ନିଧିର ଆଉ ଗୋଟିଏ କିସ୍ତିକୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର 9 କୋଟିରୁ ଉର୍ଦ୍ଧ୍ବ ଚାଷୀଙ୍କ ଖାତାକୁ 18 ହଜାର କୋଟି ଟଙ୍କା ଡିବିଟି ଜରିଆରେ ଟ୍ରାନ୍ସଫର ହୋଇଛି । ଅଧିକ ପଢନ୍ତୁ...

ଚାଷୀଙ୍କ ପ୍ରଧାନମନ୍ତ୍ରୀଙ୍କ ନୂଆବର୍ଷ ଭେଟି, 9 କୋଟି ବ୍ୟାଙ୍କ ଖାତାକୁ 18 ହଜାର କୋଟି ଟ୍ରାନସଫର

author img

By

Published : Dec 25, 2020, 3:40 PM IST

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଦୀର୍ଘ ଏକ ମାସ ହେଲାଣି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ କିସାନ ସମ୍ମାନ ନିଧିର ଆଉ ଗୋଟିଏ କିସ୍ତିକୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶର 9 କୋଟିରୁ ଊର୍ଦ୍ଧ୍ବ ଚାଷୀଙ୍କ ଖାତାକୁ 18 ହଜାର କୋଟି ଟଙ୍କା ଡିବିଟି ଜରିଆରେ ଟ୍ରାନ୍ସଫର ହୋଇଛି । ଏହି ଅବସରରେ ଚାଷୀଙ୍କ ସହ ଭିସିରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଅରୁଣାଚଳପ୍ରଦେଶର ଚାଷୀଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଜଣ ଭ୍ରମ ସୃଷ୍ଟି କରି କହୁଛନ୍ତି ଯେ ଚାଷୀଙ୍କ ଫସଲର କେହି କଣ୍ଟ୍ରାକ୍ଟ ନେବ ତ ସେମାନଙ୍କ ଜମି ମଧ୍ୟ ଛଡାଇନେବ । ଏଭଳି ମିଥ୍ୟା ପ୍ରଚାର ହେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଜୀବନରେ ଖୁସି ଆମ ସମସ୍ତଙ୍କ ଜୀବନରେ ଖୁସିକୁ ବଢାଇ ଦିଏ । ଆଜିର ଦିନ ବେଶ ପବିତ୍ର । ଚାଷୀଙ୍କୁ ଆଜି ଯେଉଁ ସମ୍ମାନ ନିଧି ମିଳିଛି ଏହା ସହ ଆଜିର ଦିନ ଅନେକ ଅବସରର ସଂଯୋଗ ହୋଇ ଆସିଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୋତେ ଆଜି ଏହି କଥାର ଦୁଃଖ ଯେ ପଶ୍ଚିମବଙ୍ଗର 70 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହାର ଲାଭ ମିଳିପାରିନାହିଁ । ପଶ୍ଚିମବଙ୍ଗର 23 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଏହି ଯୋଜନାର ଲାଭ ପାଇବା ପାଇଁ ଅନଲାଇନ ଜରିଆରେ ଆବେଦନ କରିସାରିଛନ୍ତି । ହେଲେ ରାଜ୍ୟ ସରକାର ଯାଞ୍ଚ ପ୍ରକ୍ରିୟାକୁ ଦୀର୍ଘ ଦିନରୁ ଅଟକାଇ ରଖିଛନ୍ତି ।

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାର୍ଥର ରାଜନୀତି କରୁଥିବା ଲୋକଙ୍କୁ ଜନସାଧାରଣ ବେଶ ନିକଟରୁ ଦେଖୁଛନ୍ତି । ଯେଉଁ ଦଳ ପଶ୍ଚିମବଙ୍ଗରେ ଚାଷୀଙ୍କ ଅହିତ ବିରୋଧରେ କିଛି କହୁ ନାହାନ୍ତି, ସେହି ଦଳ ଚାଷୀଙ୍କ ନାଁରେ ଦିଲ୍ଲୀବାସୀଙ୍କୁ ହଇରାଣ କରିବାରେ ଲାଗିଛନ୍ତି । ଦେଶର ଅର୍ଥନୀତିକୁ ନଷ୍ଟ କରିବାରେ ଲାଗିଛନ୍ତି । ଯେଉଁମାନେ 60 ବର୍ଷ ପଶ୍ଚିମବଙ୍ଗରେ ରାଜ କରୁଥିଲେ, ସେମାନେ ଏପରି ରାଜନୈତିକ ବିଚାରଧାରାକୁ ନେଇ ପଶ୍ଚିମବଙ୍ଗକୁ କେଉଁଠାରୁ ଆଣି କେଉଁଠି ପହଞ୍ଚାଇ ଦେଇଛନ୍ତି, ସେସବୁକୁ ସମଗ୍ର ଦେଶ ଜାଣିଥିବା କହିଛନ୍ତି ମୋଦି ।

ନିଜ ସମ୍ବୋଧନରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ମୁଁ ଏହି ସବୁ ଦଳଗୁଡିକୁ ପଚାରିବାକୁ ଚାହୁଁଛି ଯେ ଫଟୋ ଉଠାଇବାର କାର୍ଯ୍ୟ କରୁଛ, ତେବେ କେରଳରେ ଆନ୍ଦୋଳନ କରି ସେଠାରେ ଏପିଏମସି ଅଧିନିୟମ ଲାଗୁ କରାଅ । ପଞ୍ଜାବର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ସମୟ ଅଛି ହେଲେ କେରଳରେ ଏହି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଆପଣଙ୍କ ପାଖରେ ସମୟ ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ନାଁରେ ନିଜ ପତାକା ନେଇ ଜେଉଁ ଖେଳଖେଳା ଯାଉଛି, ଏବେ ସେମାନଙ୍କୁ ସତ୍ୟ ଶୁଣିବାକୁ ପଡିବ । ଏମାନେ ଖବରକାଗଜ ଓ ମିଡିଆକୁ ଆସି ରାଜନୀତି ଦୁନିଆରେ ନିଜକୁ ଜୀବତ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ଏମାନଙ୍କ ନୀତି କାରଣରୁ ସାମର୍ଥ୍ୟ ସତ୍ତ୍ବେ ଦେଶରେ କୃଷି ଓ ଚାଷୀଙ୍କର ବିକାଶ ହୋଇପାରି ନାହିଁ । ପୂର୍ବ ସରକାରର ନୀତି କାରଣରୁ କ୍ଷୁଦ୍ର ଚାଷୀଙ୍କୁ ସବୁଠୁ ଅଦିକ କ୍ଷତି ସହିବାକୁ ପଡୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.