ନୂଆଦିଲ୍ଲୀ: ଆଜି ଖାଦ୍ୟ ଓ କୃଷି ସଙ୍ଗଠନ (FAO)ର 75 ତମ ପ୍ରତିଷ୍ଠା ଦିବସ ଅବସରରେ 75 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଜୈବ ବିବିଧତା ବିଶିଷ୍ଟ 8ଟି ଫସଲର 17ଟି କିଶମକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।
ତେବେ ଏହି କାର୍ଯ୍ୟକ୍ରମ କୃଷି ଏବଂ ପୁଷ୍ଟିକର ଖାଦ୍ୟ ପାଇଁ ସରକାର ଦେଇଥିବା ସର୍ବୋଚ୍ଚ ପ୍ରାଥମିକତାର ଚିହ୍ନଟ କରିବା ଏବଂ କ୍ଷୁଧା, ପୁଷ୍ଟିହୀନତାକୁ ସମ୍ପୂର୍ଣ୍ଣରୂପେ ଦୂର କରିବାର ସଂକଳ୍ପ। ଯାହାର ସାକ୍ଷୀ ରହିଛନ୍ତି ଅଙ୍ଗନୱାଡି, କୃଷ୍ଣି ବିଜ୍ଞାନ କେନ୍ଦ୍ର, ଜୈବିକ ଏବଂ କୃଷି ମିଶନ ଉଦ୍ୟାନ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡିଛି ।
ଦୁର୍ବଳ ଶ୍ରେଣୀ ଲୋକଙ୍କୁ ଅର୍ଥନୈତିକ ଏବଂ ପୁଷ୍ଟିକର ଭାବରେ ଶକ୍ତିଶାଳୀ କରିବାରେ FAOର ଯାତ୍ରା ଅତୁଳନୀୟ । ଭାରତର FAO ସହିତ ଐତିହାସିକ ସଙ୍ଗଠନ ରହିଛି । 1956-1967 ମସିହାରେ ଭାରତୀୟ ସିଭିଲ ସର୍ଭିସ ଅଫିସର ଡଃ ବିନୟ ରଞ୍ଜନ ସେନ FAO ର ମହାନିର୍ଦ୍ଦେଶକ ଥିଲେ। ତେବେ ଚଳିତ ବର୍ଷ ୱାର୍ଲ୍ଡ ଫୁଡ ପ୍ରୋଗ୍ରାମକୁ 2020 ନୋବେଲ ଶାନ୍ତି ପୁରସ୍କାର ମିଳିଛି । ଯାହା ବିଶ୍ବର ସର୍ବବୃହତ ମାନବିକ ସଂଙ୍ଗଠନ ଯାହା, 2030 ମସିହା ସୁଦ୍ଧା ବିଶ୍ବକୁ କ୍ଷୁଧାମୁକ୍ତ ପାଇଁ ଅଭିଯାନ ଆରମ୍ଭ କରିଛି ।