ETV Bharat / bharat

'କଶ୍ମୀର ଠାରୁ ପଶ୍ଚିମବଙ୍ଗରେ ବୃଦ୍ଧି ପାଉଛି ହିଂସା' - violence

ଜନତାଙ୍କୁ ଡରୁଛନ୍ତି ମମତା । ନିଜର କଳା କାରନାମାକୁ ଲୁଚାଇବାକୁ ଯାଇ ବ୍ୟବହାର କରୁଛନ୍ତି ଟିଏମସି ଗୁଣ୍ଡା ।

ଫାଇଲ ଫଟୋ
author img

By

Published : May 15, 2019, 7:52 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ପଶ୍ଚିମବଙ୍ଗ ଅପେକ୍ଷା ଜମ୍ମୁ କଶ୍ମୀରରେ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ଚାଲିଛି । ଏନେଇ ମୋଦି ଏକ ଘରୋଇ ଗଣମାଧ୍ୟମକୁ କହିଛନ୍ତି ଯେ, ହିଂସା ଓ ଆତଙ୍କବାଦ କଥା ଉଠିଲେ ପ୍ରଥମେ କଶ୍ମୀର ନାଁ ସାମ୍ନାକୁ ଆସିଥାଏ । କିନ୍ତୁ ସେହି କଶ୍ମୀରରେ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାୟ 30 ହଜାର ଲୋକ ଉପସ୍ଥିତ ଥିଲେ ।

କିନ୍ତୁ ଯେଉଁମାନେ ଗଣତନ୍ତ୍ର ଉପରେ ବିଶ୍ବାସ କରିବା ସତ୍ତ୍ବେ ଚୁପ ରହୁଛନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ସମଗ୍ର 5 ବର୍ଷ ମଧ୍ୟରେ ମୋଦିଙ୍କ ପ୍ରତି ସେମାନଙ୍କର ଥିବା ଘୃଣା ଭାବ ଯୋଗୁଁ ଅନ୍ୟ ବେଆଇନ କାର୍ଯ୍ୟ ଓ ହିଂସାକୁ ଅଣଦେଖା କରୁଥିବା ପ୍ରକ୍ରିୟା ଅତି ଖରାପ ଅଟେ । ଯାହା ଦେଶ ପାଇଁ ଅତି କ୍ଷତିକାରକ ବୋଲି କହିଛନ୍ତି ମୋଦି ।

ସେପଟେ କଶ୍ମୀରରେ ପଞ୍ଚାୟତ ନିର୍ବାଚନ ସମୟରେ ପୋଲିଂ ବୁଥରେ 30 ହଜାର ଲୋକ ଥାଇ ମଧ୍ୟ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା କି କୌଣସି ହିଂସା ଦେଖା ଦେଇନଥିଲା କିନ୍ତୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ଆଉ ଯିଏ ଜିତିଥିଲା ତା ଘରେ ନିଆଁ ଲଗାଇ ଦିଆଯାଇଥିଲା । ଆଉ ସେମାନଙ୍କୁ ଝାଡଖଣ୍ଡ ଓ ଅନ୍ୟ ରାଜ୍ୟକୁ ଯାଇ ମୁହଁ ଲୁଚାଇବାକୁ ପଡିଥିଲା । କାରଣ ସେମାନେ ନିର୍ବାଚନରେ ବିଜୟ ହାସଲ କରିଥିଲେ । ଏହାହିଁ ଥିଲା ତାଙ୍କର ଅପରାଧ ।

ସେହି ସମୟରେ ଗଣତନ୍ତ୍ର କଥା ଉଠାଉଥିବା ଲୋକ ଚୁପ ରହିଥିଲେ । ବିଜେପି ସ୍ବର ଉଠାଇବା ସହ କଂଗ୍ରେସ ଓ ବାମ ଦଳ ମଧ୍ୟ ସ୍ବର ଉଠାଇ ପ୍ରତିବାଦ କରିଥିଲେ । ଖାଲି ସେତିକି ନୁହେଁ ସଂସଦରେ ମଧ୍ୟ କଂଗ୍ରେସ, ବିଜେପି, ବାମ ଦଳ ବିରୋଧ କରିଥିଲେ କିନ୍ତୁ ଅନ୍ୟ ଦଳ କିଛି ନକହି ଚୁପ ରହିଲେ ଯେଉଁଥିପାଇଁ ସେମାନଙ୍କୁ ଆହୁରି ସୁଯୋଗ ମିଳିଲା ।

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗକୁ ବିଜେପି ବରିଷ୍ଠ ଯିବାର ଥିଲେ ସୁଦ୍ଧା ତାଙ୍କ ହେଲିକପ୍ଟରକୁ ଅବତରଣ କରିବାକୁ ଦିଆଯାଇ ନଥିଲା । ଶେଷ ସମୟରେ ତାଙ୍କ ସଭାକୁ ରଦ୍ଦ କରାଯାଇଥିଲା । ଖାଲି ସେତିକି ନୁହଁ ସୋମବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସଭା ହେବାକୁ ଦିଆଯଆଇ ନଥିଲା । ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଅମିତ ଶାହଙ୍କ ରୋଡ ଶୋ ସମୟରେ ଦେଖିବାକୁ ମିଳିଥିଲା ।

ଏହାର କାରଣ ସ୍ପଷ୍ଟ ଜଣାପଡୁଛି ଯେ, ମମତାଙ୍କୁ ବିଜେପି, କଂଗ୍ରେସ କି ବାମ ଦଳକୁ ଭୟନାହିଁ ତାଙ୍କୁ ତାଙ୍କ ଜନତାଙ୍କ ଉପରେ ଭୟ । କାରଣ ଯଦି ଜନତା ଟିଏମସିର ଗୁଣ୍ଡାଗର୍ଦ୍ଦି ବିଷୟରେ ଜାଣନ୍ତି ତେବେ ତାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି କହିଛନ୍ତି ମୋଦି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.