ETV Bharat / bharat

ଆଜି ଭାରତୀୟ ନୌସେନା ଦିବସ; ଯବାନଙ୍କ ବିରତ୍ବକୁ ସାଲ୍ୟୁଟ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - ନୌସେନାଙ୍କୁ ଅଭିନନ୍ଦନ ଜଣାଇଲେ ରାଜନେତା

ଆଜି ହେଉଛି ଭାରତୀୟ ନୌସେନା ଦିବସ । ଏହି ଅବସରରେ ସୈନ୍ୟମାନଙ୍କ ବୀରତ୍ବକୁ ସଲାମ କରିବା ସହ ରାଜନେତାମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ...

PM modi president defence minister extend greetings on Indian Navy Day 2020
ଭାରତୀୟ ନୌସେନା ଦିବସରେ ସେନାଙ୍କୁ ଅଭିନନ୍ଦନ ଜଣାଇଲେ ରାଜନେତା
author img

By

Published : Dec 4, 2020, 2:22 PM IST

Updated : Dec 4, 2020, 3:30 PM IST

ହାଇଦ୍ରାବାଦ: ଆଜି (ଶୁକ୍ରବାର) ହେଉଛି ଭାରତୀୟ ନୌସେନା ଦିବସ । ଭାରତୀୟ ନୌସେନାଙ୍କ ବୀରତ୍ବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଭାରତର ପ୍ରତିରକ୍ଷା ବିଭାଗରେ ନୌସେନା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଦେଶର ସମୂଦ୍ରରେ ରହିଥିବା ସୀମାବର୍ତ୍ତୀ ଅଞ୍ଚଳରେ ସେମାନେ ଦିନରାତି ସଜାଗ ରହି ଦେଶକୁ ଶତ୍ରୁ ମୁଖରୁ ରକ୍ଷା କରିଥାନ୍ତି । ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଯବାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶକୁ ଅହରହ ସୁରକ୍ଷା ଯୋଗାଇବା ଲାଗି ସେମାନଙ୍କୁ ସାଲ୍ୟୁଟ କରିଛନ୍ତି ।

ଭାରତ-ପାକିସ୍ତାନର ନୌସେନା ମଧ୍ୟରେ 1971 ମସିହାରେ ଭୀଷଣ ଯୁଦ୍ଧ ହୋଇଥିଲା । ତେବେ ଭାରତର ନୌସେନା ବୀରତ୍ବ ଆଗରେ ପାକିସ୍ତାନକୁ ହାର ମାନିବାକୁ ପଡିଥିଲା । ଶେଷରେ ପାକିସ୍ତାନ ନୌସେନା ଭାରତ ସମ୍ମୁଖରେ ଆତ୍ମ ସମର୍ପଣ କରିଥିଲା । ତେବେ ଭାରତୀୟ ନୌସେନାର ଏହି ବଡ ବିଜୟକୁ ମନେ ପକାଇବା ସହ ସେମାନଙ୍କ ବୀରତ୍ବକୁ ସଲାମ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ନୌସେନା ଦିବସ ପାଳନ ହୋଇଥାଏ । ନୌସେନା ଯବାନମାନେ ସମୂଦ୍ରର ଝଡ ତୋଫାନକୁ ଖାତିର ନକରି ପ୍ରତି ମୁହୂର୍ତ୍ତରେ ଦେଶକୁ ସୁରକ୍ଷା ଯୋଗାଇଥାନ୍ତି ।

ନୌସେନା ଦିବସ ଅବସରରେ ରାଜନେତାମାନେ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନୌସେନା ଦିବସ ଅବସରରେ ଏକ ଟ୍ବିଟ୍‌ରେ କହିଛନ୍ତି, "ଆମର ସମସ୍ତ ବୀର ସୈନ୍ୟବାହିନୀ ଏବଂ ସେମାନଙ୍କ ପରିବାରକୁ ନୌସେନା ଦିବସର ଶୁଭେଚ୍ଛା । ଭାରତୀୟ ନୌସେନା ନିର୍ଭୟରେ ଆମର ଉପକୂଳକୁ ସୁରକ୍ଷା ଦେଇ ଆସିଛନ୍ତି ଏବଂ ଆବଶ୍ୟକତା ସମୟରେ ମାନବିକତା ମଧ୍ୟ ପ୍ରଦର୍ଶନ କରିଥାନ୍ତି ।"

  • Navy Day greetings to all our valorous navy personnel and their families. The Indian navy fearlessly protects our coasts and also renders humanitarian assistance in times of need. We also remember India’s rich maritime tradition over centuries. pic.twitter.com/k2PMgvc0F3

    — Narendra Modi (@narendramodi) December 4, 2020 " class="align-text-top noRightClick twitterSection" data=" ">

ସେପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୌସେନା ଦିବସରେ ଦେଶର ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମୁଦ୍ରିକ ସୀମା ରକ୍ଷା କରିବା, ବାଣିଜ୍ୟ ମାର୍ଗ ସୁରକ୍ଷିତ କରିବା ଏବଂ ନାଗରିକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସହାୟତା ଯୋଗାଇବାରେ କର୍ମଚାରୀଙ୍କ ପ୍ରତିବଦ୍ଧତା ପାଇଁ ଦେଶ ଗର୍ବିତ ବୋଲି କହିବା ସହିତ ନୌସେନାର କର୍ମଚାରୀମାନେ କେବେ ଜଳକୁ ଶାସନ କରନ୍ତୁ ବୋଲି ସେ ଟ୍ବିଟ୍‌ କରି କହିଛନ୍ତି ।

ନୌସେନା ଦିବସ ଅବସରରେ ପ୍ରତ୍ୟେକ ନୌସେନା କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଇଣ୍ଡିଆନ ନାଭି ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରି ଆମର ସମୁଦ୍ରର ସୀମାବର୍ତ୍ତୀ ଅଞ୍ଚଳକୁ ସୁରକ୍ଷିତ ରଖିବାରେ ସର୍ବଦା ଆଗରେ ରହିଥିବା ସେ କହିବା ସହିତ ନୌସେନାଙ୍କର ବୀରତ୍ବ, ସାହସ ଏବଂ ବୃତ୍ତିଗତ କାର୍ଯ୍ୟକୁ ସାଲ୍ୟୁଟ କରିଛନ୍ତି ।

  • On Navy Day, my greetings to our Navy personnel, veterans and their families.

    Nation is proud of your commitment in protecting our maritime frontiers, securing our trade routes, and providing assistance in times of civil emergencies.

    May you ever rule the waters.
    Jai Hind! 🇮🇳

    — President of India (@rashtrapatibhvn) December 4, 2020 " class="align-text-top noRightClick twitterSection" data=" ">

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୌସେନା ଦିବସରେ ଟ୍ବିଟ୍‌ କରି ନୌସେନାର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମୁଦ୍ରର ସୀମାବର୍ତ୍ତୀ ଅଞ୍ଚଳରେ ଦେଶକୁ ସୁରକ୍ଷା ଯୋଗାଉଥିବା ସେନାମାନଙ୍କର ବୀରତ୍ବକୁ ସେ ପ୍ରଶଂସା କରିଛନ୍ତି ।

  • Best wishes to all brave personnel of the Indian Navy and their families on #NavyDay. We are proud of the jawans safeguarding the country's maritime interests with great commitment. pic.twitter.com/3YocHUxG5F

    — Naveen Patnaik (@Naveen_Odisha) December 4, 2020 " class="align-text-top noRightClick twitterSection" data=" ">

ଆଇଏଚକ୍ୟୁ MoD ନୌସେନାର ମୁଖପାତ୍ର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆଦିଲ୍ଲୀର ଡିଆରପି ଟ୍ବିଟ୍ କରି କହିଛନ୍ତି ଯେ, "ନୌସେନା ଦିବସ ଅବସରରେ ଆମେ ଜାତିର ସେବା ତଥା ଆମର ସାମୁଦ୍ରିକ ସୁନିଶ୍ଚିତ ଦିଗରେ ଇଣ୍ଡିଆନାଭିର ଦୃଢ ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ସହିତ ସୁରକ୍ଷା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ମଧ୍ୟ ବଜାୟ ରଖିଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2020, 3:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.