ETV Bharat / bharat

ବୁଦ୍ଧ ପୂର୍ଣ୍ଣିମା ଅବସରରେ ମୋଦିଙ୍କ ସମ୍ବୋଧନ: ଗୌତମ ବୁଦ୍ଧଙ୍କ ଆଦର୍ଶକୁ ପାଳନ କରନ୍ତୁ, ସେବା କରନ୍ତୁ - ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ମୋଦିଙ୍କ ଯୋଗଦାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ସମୟରେ ସେ ଭାଇଚାରାର ବାର୍ତ୍ତା ଦେବା ସହ ଶାନ୍ତିର ସନ୍ଦେଶ ଦେଇଛନ୍ତି ।

PM Modi
ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ମୋଦିଙ୍କ ଯୋଗଦାନ
author img

By

Published : May 7, 2020, 9:53 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ସମୟରେ ମୋଦି ଭାଇଚାରାର ବାର୍ତ୍ତା ଦେବା ସହ ଶାନ୍ତିର ସନ୍ଦେଶ ଦେଇଛନ୍ତି । କୋରୋନା ପୀଡିତ ତଥା କୋରୋନା ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦୁନିଆରେ କୋରୋନା ମହାମାରୀର ପ୍ରଭାବ ହେତୁ ଏଥର ବୁଦ୍ଧ ପୂର୍ଣ୍ଣିମା ସମାରୋହକୁ ଏକ ଭର୍ଚୁଆଲ୍ ଭେସାକ୍ ଦିବସ ଭାବେ ପାଳନ କରାଯାଇଛି।

କୋରୋନା ଯୋଦ୍ଧାଙ୍କୁ ମୋଦି ପ୍ରଶଂସା କରିଛନ୍ତି । ମାନବତାର ସେବା କରୁଥିବା ବୌଦ୍ଧଙ୍କୁ ମଧ୍ୟ ସମ୍ମାନ ଜଣାଇଛନ୍ତି ମୋଦି । ନିଜର, ନିଜ ପରିବାର ଓ ଅନ୍ୟମାନଙ୍କ ସଙ୍କଟ ସମୟରେ ସାହାଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ମାନବ ସମାଜର ସେବା କରୁଥିବା ବ୍ୟକ୍ତିଙ୍କୁ ପ୍ରଣାମ ଜଣାଇଛନ୍ତି । ଏହାସହ ସେ କହିଥିଲେ, ‘ବୁଦ୍ଧ ବୌଦ୍ଧ ଓ ଅର୍ଥବୋଧର ମାନଦଣ୍ଡ । ଏହି ସମୟରେ ଭଗବାନ ବୁଦ୍ଧଙ୍କ ଶିକ୍ଷା ଗ୍ରହଣ କରିବା ଉଚିତ୍ । ଭାରତର ପ୍ରଗତି, ବିଶ୍ବର ପ୍ରଗତି ପାଇଁ ସହାୟକ ହେବ । ଭାରତ ବିନା ସ୍ବାର୍ଥରେ ବିଶ୍ବ ସହ ଠିଆ ହୋଇଛି’।

କୋରୋନା ମହମାରୀ ବିସ୍ତାର ହେତୁ ଚଳିତ ବର୍ଷ ସତର୍କତା ଅବଲମ୍ବନ କରାଯାଉଛି। ଏଥର ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବୁଦ୍ଧ ପୂର୍ଣ୍ଣିମା ସମାରୋହ ଏକ ଭର୍ଚୁଆଲ୍ ସ୍ତରରେ ଅନୁଷ୍ଠିତ ହୋଇଛି । କୋଭିଡ -19 ପୀଡିତ ତଥା ଫ୍ରଣ୍ଟଲାଇନ ଯୋଦ୍ଧା ଯଥା ମେଡିକାଲ କର୍ମଚାରୀ, ଡାକ୍ତର, ପୋଲିସ ଏବଂ ଅନ୍ୟମାନଙ୍କ ସମ୍ମାନାର୍ଥେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଆଜି ବୁଦ୍ଧ ପୂର୍ଣ୍ଣିମା ସମାରୋହରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ବାରା ପ୍ରକାଶିତ ବିବୃତ୍ତିରେ ପ୍ରକାଶ କରାଯାଇଥିଲା । ଆନ୍ତର୍ଜାତୀୟ ବୌଦ୍ଧ ଫେଡେରେସନ୍ (ଆଇବିସି) ର ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ସାରା ବିଶ୍ବରେ ବୌଦ୍ଧ ସଙ୍ଗଠନର ସର୍ବୋଚ୍ଚ ମୁଖ୍ୟଙ୍କ ଅଂଶଗ୍ରହଣରେ ଏକ ଭର୍ଚୁଆଲ୍ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ କରିଛି।

ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାର୍ଥନା ସମାରୋହର ଲାଇଭ୍ ଷ୍ଟ୍ରିମିଂ ବୌଦ୍ଧ ଧର୍ମ ସହିତ ଜଡିତ ସମସ୍ତ ପ୍ରମୁଖ ସ୍ଥାନରୁ ହେବ । ଏଥିରେ ନେପାଳର ଲୁମ୍ବିନି ବଗିଚା, ବୋଧ ଗୟାସ୍ଥିତ ମହାଭୋଦି ମନ୍ଦିର, ସାରନାଥରେ ମଲାଗାନ୍ଧୀ କୁଟି ବିହାର, କୁସିନଗରର ପ୍ୟାରୀନିର୍ବାଣ ସ୍ତୁପ, ଶ୍ରୀଲଙ୍କାର ପବିତ୍ର ତଥା ଐତିହାସିକ ଅନୁରାଧାପୁରା ସ୍ତୁପ ଏବଂ ଅନ୍ୟାନ୍ୟ ଲୋକପ୍ରିୟ ବୌଦ୍ଧ ସ୍ଥାନ ରହିଛି।

ଭର୍ଚୁଆଲ୍ ଇଭେଣ୍ଟ ସକାଳ 6.30 ରୁ ଆରମ୍ଭ ହୋଇ ସନ୍ଧ୍ୟା 7.45 ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ମୋଦି ନିଜ ଅଭିଭାଷଣ ରଖିଥିଲେ । ଏହାପୂର୍ବରୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.