ETV Bharat / bharat

ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟେକ ବ୍ୟକ୍ତିର ମନକୁ ଆନ୍ଦୋଳିତ କରିଥିଲା: ପ୍ରଧାନମନ୍ତ୍ରୀ - ଜରୁରୀକାଳିନ ପରିସ୍ଥିତି

25 ଜୁନ 1975 ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ଏହାର 45 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଡିଓ ମେସେଜ୍ ଜାରି କରିଛନ୍ତି । ମୋଦି କଣ କହିଲେ ଜାଣନ୍ତୁ...

ଜରୁରୀକାଳିନ ପରିସ୍ଥିତି
ଜରୁରୀକାଳିନ ପରିସ୍ଥିତି
author img

By

Published : Jun 25, 2020, 3:47 PM IST

ନୂଆଦିଲ୍ଲୀ: 25 ଜୁନ 1975 ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଏହାର 45 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ 45 ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ସେହି ସମୟରେ ଯେଉଁମାନେ ଭାରତର ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢିଥିଲେ, ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା, ମୁଁ ସେମାନଙ୍କୁ ପ୍ରମାଣ ଜଣାଉଛି । ଦେଶ ସେମାନଙ୍କର ବଳିଦାନକୁ କେବେବି ଭୁଲି ପାରିବ ନାହିଁ । ଏକ ଅଡିଓ ମେସେଜ୍ ଜାରି କରି ମୋଦି ଏହା କହିଛନ୍ତି ।

ମୋଦି କହିଛନ୍ତି, ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ଏହାର ବିରୋଧ କେବଳ ରାଜନୈତିକ କିମ୍ବା ଜେଲ ପର୍ଯ୍ୟନ୍ତ ସୀମିତ ନଥିଲା ବରଂ ପ୍ରତ୍ୟେକ ଲୋକର ମନରେ ଏହି ଆକ୍ରୋଶ ଦେଖିବାକୁ ମିଳିଥିଲା । ଲୋକଙ୍କ ମନରେ ହଜିଯାଇଥିବା ଗଣତନ୍ତ୍ରର ଅସନ୍ତୋଷ ଥିଲା । ଭୋକ କଣ ଜଣାନଥିଲା । ସାଧାରଣ ଜୀବନରେ ଗଣତନ୍ତ୍ରର ଅସ୍ତିତ୍ବ କଣ ସେତେବେଳେ ଜଣାପଡେ ଯେତେବେଳେ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯଆଏ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତିରେ ଦେଶର ସମସ୍ତ ଲୋକ ଅନୁଭବ କଲେ ଯେ ସେମାନଙ୍କଠାରୁ କିଛି ଛଡେଇ ନିଆଯାଇଛି । ଭାରତ ଗର୍ବର ସହିତ କହିପାରେ ଯେ ଆଇନ-ନିୟମ ବାହାରେ ଗଣତନ୍ତ୍ର ଆମର ସଂସ୍କାର । ଗଣତନ୍ତ୍ର ହେଉଛି ଆମର ସଂସ୍କୃତି, ଐତିହ୍ୟ । ଆମେ ତାର ଉତ୍ତରାଧିକାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.