ETV Bharat / bharat

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିଲେ ମୋଦି

ମଙ୍ଗଳବାର ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଣବ ମୁଖାର୍ଜୀ ମୋଦିଙ୍କୁ ନିଜ ହାତରେ ଶ୍ରଦ୍ଧାର ସହ ମିଠା ଖୁଆଇଛନ୍ତି ।

author img

By

Published : May 28, 2019, 3:30 PM IST

ଫଟୋ ସୌଜନ୍ୟ: ଟ୍ୱିଟର@@narendramodi

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଅଭୁତପୂର୍ବ ସଫଳତା ଲାଭ କରି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଆସନ୍ତା 30ରେ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ମୋଦି ଅନେକ ରାଜନୀତି ଜଗତର ପ୍ରଚଣ୍ଡ, ଅଭିଜ୍ଞ ତଥା ସମ୍ମାନସ୍ପଦ ନେତୃବୃନ୍ଦଙ୍କୁ ଭୋଟି ଆଶୀର୍ବାଦ ନେଇଛନ୍ତି । ଏହି କ୍ରମରେ ମଙ୍ଗଳବାର ମୋଦି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଣବ ମୁଖାର୍ଜୀ ମୋଦିଙ୍କୁ ନିଜ ହାତରେ ଶ୍ରଦ୍ଧାର ସହ ମିଠା ଖୁଆଇଛନ୍ତି ।

pm-modi
ଫଟୋ ସୌଜନ୍ୟ: ଟ୍ୱିଟର@@narendramodi

ପ୍ରଣବ ମୁଖାର୍ଜୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ନିଜ ଭାବନାକୁ ସେୟାର କରିଛନ୍ତି । ଟ୍ବିଟରେ ମୋଦି ପ୍ରଣବ ମୁଖାର୍ଜୀଙ୍କ ସହ ସାକ୍ଷାତ ସଦାସର୍ବଦା ନିଜକୁ ସମୃଦ୍ଧ କଲା ଭଳି ଏକ ଅନୁଭବ ଓ ପ୍ରଣବଙ୍କ ଜ୍ଞାନ ଓ ଅନ୍ତଃଦୃଷ୍ଟି ଅସାଧାରଣ ବୋଲି କହିଛନ୍ତି । ଜଣେ ରାଜନୀତିଜ୍ଞ ଭାବରେ ଭାରତବର୍ଷକୁ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୋଦି ।

ଏଠାରେ ସୂଚନା ଯୋଗ୍ୟ ଯେ ବିଜୟ ପରେ ମୋଦି ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଥିଲେ ।

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.