ETV Bharat / bharat

ବିଜୟ ପରେ ଆଡଭାନୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ବିଜେପି ମୁଖିଆ ମୋଦି ଦଳର ଭୀଷ୍ମ ପିତାମହ ଏଲ.କେ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହାସହ ଆଡଭାନୀଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଛନ୍ତି ।

author img

By

Published : May 24, 2019, 12:22 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ବାଚନରେ ବିଜେପିର ବାଜିମାତ୍ । ଏନେଇ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ ବିଜେପିର ଏତେ ବଡ ବିଜୟ ନେଇ ପାର୍ଟି ଅଫିସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ବିଜେପି ମୁଖିଆ ମୋଦି ଦଳର ଭୀଷ୍ମ ପିତାମହ ଏଲକେ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହାସହ ଆଡଭାନୀଙ୍କ ପାଦ ଛୁଇଁ ଶୁଭାଶିଷ ମାଗିଛନ୍ତି ।

ଆଡଭାନୀଙ୍କୁ ଭେଟିବା ପରେ ମୋଦି କହିଛନ୍ତି ଯେ, ''ବିଜେପିର ଏହି ବିପୁଳ ବିଜୟ ପଛରେ ଆଡଭାନୀଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କ ହାତ ରହିଛି । କାରଣ ତାଙ୍କ କାର୍ଯ୍ୟଦକ୍ଷତା, ପାର୍ଟିକୁ ଶୃଙ୍ଖଳତି କରି ଗଠନ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ନୂତନ ବିଚାରଶକ୍ତିରେ ଅନୁପ୍ରାଣିତ କରିବାରେ ସେ ଅତିବାହିତ କରିଛନ୍ତି'' ।

ତେବେ ଏହି ଭେଟଘାଟ ପରେ ମୋଦିଙ୍କ ସହ ବିଜେପି ସଭାପତି ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ପରେ ପରେ ଉଭୟ ବରିଷ୍ଠ ବିଜେପି ନେତା ମୁରଲୀ ମନହୋର ଜୋଶୀଙ୍କୁ ଭେଟିଛନ୍ତି । ''ମୁରଲୀ ମନହୋର ଜୋଶୀ ବିଜେପିର ଜଣେ ପୁରୁଖା ନେତା ଓ ବୁଦ୍ଧିଜୀବି । ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ସର୍ବଦା ବିଜେପିକୁ ମଜବୁଦ କରିବାରେ କାର୍ଯ୍ୟ କରିଥିବା'' ମୋଦି କହିଛନ୍ତି । ତେବେ ଚଳିତ ନିର୍ବାଚନରେ ମୋଦିଙ୍କ ନାରା 'ଅବକି ବାର 300 ପାର' ସତ ହେବା ସହ ସର୍ବତ୍ର ପଦ୍ମ ଫୁଟିଛି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.