ETV Bharat / bharat

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ନୂଆ ସରକାର ପାଇଁ ଦାବି ଉପସ୍ଥାପନା

ଦେଶରେ ପୁଣି ମୋଦି ସରକାର । ନୂତନ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି ।

author img

By

Published : May 25, 2019, 10:03 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । ପୁଣି ଥରେ ସରକାର ଗଠନ ନେଇ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ତେବେ ଆଉ ଥରେ ସରକାର ଗଠନ ପାଇଁ ରାଷ୍ଟ୍ରପତି ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି ।

ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୋଦି । ସେ କହିଛନ୍ତି ସରକାର ଗଠନ ପାଇଁ ରାଷ୍ଟ୍ରପତି ତାଙ୍କୁ ପ୍ରଧାନମନ୍ତ୍ରୀ ନାମିତ ପତ୍ର ଦେଇଛନ୍ତି । ଏହାସହ ସେ କହିଛନ୍ତି, ଦେଶ ମୋତେ ବହୁତ ବଡ ଜନାଦେଶ ଦେଇଛି । ନୂଆ ସରକାର ଲୋକଙ୍କ ସବୁ ଆଶା ପୂରଣ କରିବ । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ବାସ ଆମର ମୂଳମନ୍ତ୍ର ।

ଶପଥ ପାଠ କାର୍ଯ୍ୟକ୍ରମ କୁ ନେଇ ଚର୍ଚ୍ଚା, ପ୍ରସ୍ତୁତ ହେଉଛି ପ୍ରଦର୍ଶନୀ ପଡିଆ

ଶପଥ ପାଠ କାର୍ଯ୍ୟକ୍ରମ କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ରାଜଭବନ ନା ପ୍ରଦର୍ଶନୀ ପଡିଆ କେଉଁ ଠି ହେବ ଶପଥ ପାଠ କାର୍ଯ୍ୟକ୍ରମ ସେନେଇ ଚର୍ଚ୍ଚା ଚାଲିଛି। ଏପଟେ ପ୍ରଦର୍ଶନୀ ପଡିଆ ସଫା ହେବାରେ ଲାଗିଲାନି। କାର୍ଯ୍ୟକ୍ରମ ରେ ବ୍ୟବହୃତ ହେବାକୁ ଥିବା ପ୍ରତ୍ୟେକ ଜିନିସ ଏକାଠି ହେଲାଣି। ରାତା ରାତି ପଡିଆକୁ ସଫା କରିବା ରେ ବ୍ୟସ୍ତ ଅଛନ୍ତି ବିଏମସୀ ଓ ପିଡବ୍ଲୁଡି ଅଧିକାରୀ। ତେବେ ଆସନ୍ତା 29 ତାରିଖ ରେ ହେବକୁ ଥିବା ରାଜ୍ୟର ଶପଥ ପାଠ କାର୍ଯ୍ୟକ୍ରମକୁ ନେଇ ଏବେ ଜୋର୍ ଧରୁଛି ଚର୍ଚ୍ଚା।

ଦୀର୍ଘ ବର୍ଷ ର ଶାସନ କ୍ଷମତା ରେ କମିନାହିଁ ନବୀନଙ୍କ କ୍ରେଜ। ଚଳିତ ବର୍ଷ ଶପଥ ପାଠ କାର୍ଯ୍ୟକ୍ରମ ଲୋକମାନଙ୍କ ଗହଣ ରେ ହେବ ବୋଲି ଚର୍ଚ୍ଚା ଧରିଥିବା ବେଳେ ପ୍ରଦର୍ଶନୀ ପଡିଆ ପ୍ରସ୍ତୁତ ହେବା ଆରମ୍ଭ ହେଲାଣି। ଆଗାମୀ 29 ତାରିଖ ରେ ଶପଥ ନେବା ନିବିନ୍ ଙ୍କ ନୂତନ ସରକାର। ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।ତେବେ ଏହି ଶପଥ ପାଠ କାର୍ଯ୍ୟକ୍ରମ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜଭବନ ରେ ହେବ ନା ପ୍ରଦର୍ଶନୀ ପଡିଆ ରେ ହେବ। ଦେଖିବାକୁ ଗଲେ ପ୍ରଦର୍ଶନୀ ପଡିଆ କୁ ସଫା କରିବା ରେ ଲାଗିପଡିଛନ୍ତି ବିଏମସୀ ଓ ପିଡବ୍ଲୁଡି ଅଧିକାରୀ ମାନେ। ବାତ୍ୟା ସମୟରେ ସହର ରେ ଭାଙ୍ଗିପଡ଼ିି ଥିବା ଗଛ କୁ ପ୍ରଦର୍ଶନୀ ପଡ଼ିଆରେ ରଖାଯାଇଥିଲା। ଶପଥ ପାଠ କାର୍ଯ୍ୟକ୍ରମ କୁ ନେଇ ଗତକାଲି ଠାରୁ 100 ଟି ହାଇୱା ଟ୍ରକ୍ ଓ 10 ଟି ଜେଶିବି ଦ୍ଵାରା ସଫାକରଜାଉଛି। ବାରମ୍ବାର ବିଭିନ୍ନ ବିଭାଗର ଅଧିକାରୀମାନେ ପଡିଆ ପରିଦର୍ଶନ ରେ ଆସୁଛନ୍ତି । ତେବେ ପ୍ରଦର୍ଶନୀ ପଡ଼ିଆରେ ହେବା ଲାଗି ଚର୍ଚ୍ଚା ହେଉଛି।
Visual send mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.