ETV Bharat / bharat

ଶେଷ ହେଲା ଶିଳାନ୍ୟାସ, ସାର୍ଥକ ହେଲା ସ୍ବପ୍ନ - ଅଯୋଧ୍ୟା ଭୂମିପୂଜା ଲାଇଭ

ସତ୍ୟ ହେଲା ସ୍ବପ୍ନ । ପ୍ରତିକ୍ଷାର ଘଟିଲା ଅନ୍ତ । ଶତାଦ୍ଦୀ ଶତାଦ୍ଦୀର କୋଟି କୋଟି ହିନ୍ଦୁ ସନାତନୀଙ୍କ ଆଶା ପୂରଣ ହେବାକୁ ଯାଉଛି । ପଢନ୍ତୁ ଅଧିକ....

ଶେଷ ହେଲା ଶିଳାନ୍ୟାସ, ସାର୍ଥକ ହେଲା ସ୍ବପ୍ନ
ଶେଷ ହେଲା ଶିଳାନ୍ୟାସ, ସାର୍ଥକ ହେଲା ସ୍ବପ୍ନ
author img

By

Published : Aug 5, 2020, 1:58 PM IST

ଅଯୋଧ୍ୟା: ସତ୍ୟ ହେଲା ସ୍ବପ୍ନ । ପ୍ରତିକ୍ଷାର ଘଟିଲା ଅନ୍ତ । ଶତାଦ୍ଦୀ ଶତାଦ୍ଦୀ ଧରି କୋଟି କୋଟି ହିନ୍ଦୁ ସନାତନୀଙ୍କ ଆଶା ପୂରଣ ହେବାକୁ ଯାଉଛି । ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି ।

ଶେଷ ହେଲା ଶିଳାନ୍ୟାସ, ସାର୍ଥକ ହେଲା ସ୍ବପ୍ନ

କାର୍ଯ୍ୟକ୍ରମ ପାଇଁ ଦୀର୍ଘଦିନ ଧରି ଅଯୋଧ୍ୟାରେ ଭୂମି ପୂଜନ ପାଇଁ ଭବ୍ୟ ଆୟୋଜନ ଚାଲିଥିଲା । ଆଜି ( ବୁଧବାର ) ମୋଦି ପ୍ରଥମେ ପୂର୍ବାହ୍ନ 11 ଟାରେ ଅଯୋଧ୍ୟା ପହଞ୍ଚି ହନୁମାନଗଢୀ ରେ ପୂଜାର୍ଚ୍ଚନା କରିଥିଲେ । ପରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ରାମ ଜନ୍ମଭୂମି ପରିସରରେ ଏକ ପାରିଜାତ ବୃକ୍ଷ ରୋପଣ କରିଛନ୍ତି । ସେହିଠାରୁ ଭୂମିପୂଜନ ସ୍ଥଳକୁ ଆସି ଭୂମି ପୂଜନ କରିଥିଲେ ।

12 ଜଣ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏଥିରେ ମୋଦି ଅଶଂ ଗ୍ରହଣ କରି ପୁଷ୍ପାଞ୍ଜଳି ଦେଇ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଶିଳାନ୍ୟାସ ପାଇଁ ମହନ୍ତ ନୃତ୍ୟ ଗୋପାଳ ଦାସ ଦୀର୍ଘ ବର୍ଷ ଧରି ରଖିଥବା ଏକ 40 କେଜିର ରୂପା ଇଟାକୁ ମୋଦି ପ୍ରଥମେ ସ୍ଥାପନା କରିଥିଲେ ।

ପରେ ଅନ୍ୟ 9 ଟି ଇଟାକୁ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ସମସ୍ତ ଇଟାକୁ ଭକ୍ତ ମାନେ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ସେହିପରି ଭୂମିପୂଜନ ସ୍ଥଳରେ ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା । ଶେଷରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.