ETV Bharat / bharat

ଭୂମି ପୂଜନ ପରେ ବଢିଲା ଉତ୍ସାହ; ରାମଲାଲାଙ୍କ ଦର୍ଶନ ପାଇଁ ଆକୁଳ ଶ୍ରଦ୍ଧାଳୁ

author img

By

Published : Aug 5, 2020, 9:04 PM IST

ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ପରେ ବଢିଲା ଉତ୍ସାହ । ରାମଲାଲାଙ୍କୁ ଦର୍ଶନ ପାଇଁ ଭକ୍ତ ବ୍ୟଗ୍ର । ଅଯୋଧ୍ୟା ରେ ଉତ୍ସବର ମାହୋଲ ....ପଢନ୍ତୁ ସମ୍ପୂର୍ଣ୍ଣ ଖବର

ରାମଲାଲାଙ୍କୁ ଦର୍ଶନ ପାଇଁ ଉତ୍କଣ୍ଠା ଭକ୍ତ
ରାମଲାଲାଙ୍କୁ ଦର୍ଶନ ପାଇଁ ଉତ୍କଣ୍ଠା ଭକ୍ତ

ଅଯୋଧ୍ୟା: ଅଗଷ୍ଟ 5 2020 ଏହି ଦିନଟି କୋଟି କୋଟି ହିନ୍ଦୁଙ୍କ ପାଇଁ ଆଉ ଏକ ବଡ ଦିନ ହୋଇ ଅନନ୍ତକାଳ ପର୍ଯ୍ୟନ୍ତ ରହିବ । ଏହି ଦିନ ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁଙ୍କ ମନ୍ଦିର ପାଇଁ ହୋଇଛି ଶିଳାନ୍ୟାସ । ଆଉ ସବୁ ଯଦି ଠିକଠାକ ହୁଏ ତେବେ ଆଗାମୀ 3 ରୁ ସାଢେ 3 ବର୍ଷ ମଧ୍ୟରେ ନିର୍ମାଣ ଶେଷ ହେବ ମନ୍ଦିର କାର୍ଯ୍ୟ । ତାପରେ ଟେଣ୍ଟ ରୁ ନିଜର ସ୍ଥାୟୀ ମନ୍ଦିରକୁ ବିରାଜ ମାନ କରିବେ ରାମଲାଲା ।

ଭୂମି ପୂଜନପରେ ବଢିଲା ଉତ୍ସାହ; ରାମଲାଲାଙ୍କୁ ଦର୍ଶନ ପାଇଁ ଉତ୍କଣ୍ଠା ଭକ୍ତ

ଦୀର୍ଘ ଦଶନ୍ଧିର ଲଢେଇ । ପିଢି ପରେ ପିଢିର ସଂଗ୍ରାମ । କୋର୍ଟରେ ଲମ୍ବା ସଂଘର୍ଷ ପରେ ଶେଷରେ ଆଜି ( ବୁଧବାର) ତାର ସଫଳତାର ଆରମ୍ଭ ହୋଇଛି । ଆରମ୍ଭ ହୋଇଛି ମନ୍ଦିର ନିର୍ମାଣ କାମ । ଆଜି ଯେଉଁ ମୋଟ 120 ଏକର ଜମିରେ ମନ୍ଦିର ନିର୍ମାଣ ହେବାକୁ ଯାଉଛି ତାହା ଏତେ ସହଜ ନଥିଲା । ଏଥିପାଇଁ ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଛନ୍ତି । ଲମ୍ବା ଲଢେଇ ପରେ । ଯେତେବେଳେ ମନ୍ଦିର ପାଇଁ ମୂଳଦୂଆ ପଡିଛି ତାହା ଦେଖି ଆନ୍ଦୋଶନର ନେତୃତ୍ବ ନେଇଥିବା ଅନେକ ରାଜନେତା, ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଆଖିରୁ ଖୁସିର ଲୁହ ଆସିଯାଉଛି ।

1528 ମସିହାରୁ 2020 ପର୍ଯ୍ୟନ୍ତ । ଏହି ଦୀର୍ଘ ଘାତ ପ୍ରତିଘାତ କୁ ପାର କରି ଆଜି ସମଗ୍ର ହିନ୍ଦୁ ସମାଜକୁ ମିଳିଛି ତାଙ୍କ ମୁଲ୍ୟ । ତେବେ ରାମ ମନ୍ଦିର ଆନ୍ଦୋଳନର ଯେଉଁ କେତେ ଜଣ ପ୍ରମୁଖ ଚେହେରା ସାମନାକୁ ଆସିଥିଲେ ତାଙ୍କ ମଧ୍ୟରେ ଅଛନ୍ତି ବିଜେପିର ଲାଲକୃଷ୍ଣ ଆଡଭାଣୀ, ସ୍ବର୍ଗତ ପ୍ରମୋଦ ମହାଜନ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂ । ସେହିଭଳି ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟ ସ୍ବର୍ଗତ ଅଶୋକ ସଂଘଲ, ପ୍ରବିଣ ତୋଗାଡିଆ ଓ ବିନୟ କଟିୟାର ପ୍ରମୁଖ ରାମ ଜନ୍ମ ଭୂମି ଆନ୍ଦୋଳନର ନେତୃତ୍ବ ନେଇଥିଲେ ।

ଆଉ ଶେଷରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ମନ୍ଦିର ନିର୍ମାଣ ପାଇଁ ସମସ୍ତ ସମସ୍ୟା ଦୂର ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଠନ କରିଛନ୍ତି । ଯାହା ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ପରିଚାଳନ ରକ୍ଷାଣା ବେକ୍ଷଣ ସମସ୍ତ କାର୍ଯ୍ୟ କରିବ । ଟ୍ରଷ୍ଟ ଗଠନ ପରେ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ପାଇଁ ଯୋଜନା ହୋଇଥିଲା ।ସେହି ଅନୁସାରେ ଆଜି ( ବୁଧବାର) ଶିଳାନ୍ୟାସ ଶେଷ ହୋଇଛି । ଆର୍ଥାତ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ନିର୍ମାଣ ସମିତି ଅଧ୍ୟଭ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ 3 ରୁ ସାଢେ 3 ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ।

ତେବେ ଆଜି ( ବୁଧବାର) ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ସାରା ବିଶ୍ବରେ ରାମ ଭକ୍ତ ଓ ହିନ୍ଦୁ ସମାଜ ମଧ୍ୟରେ ଉତ୍ସାହ ବଢିଛି । ସମସ୍ତଙ୍କ ବିଶ୍ବାସ ଅପେକ୍ଷା ଆଉ ଦୀର୍ଘଦିନ ହେବ ନାହିଁ । ଖୁବଶୀଘ୍ର ଭବ୍ୟ ଦିବ୍ୟ ମନ୍ଦିରରେ ବିରାଜ ମାନ କରିବେ ରାମଲାଲା ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.