ETV Bharat / bharat

ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Aug 22, 2019, 10:25 AM IST

Updated : Aug 22, 2019, 11:34 AM IST

ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ 26 ଅଗଷ୍ଟ ପର୍ଯ୍ୟନ୍ତ ଫ୍ରାନ୍ସ,, ସଂଯୁକ୍ତ ଆରବ ଏମିରେଟ୍ସ ଓ ବାହରେନ ଆଦି ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ । ଫ୍ରାନ୍ସରେ ମୋଦି 45 ତମ ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବେ । ପ୍ରଥମ ଥର ପାଇଁ ବାହରିନ ଯାତ୍ରା କରିବେ ମୋଦି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ପ୍ରଥମେ ଫ୍ରାନ୍ସ, ଓ ତାପରେ ସଂଯୁକ୍ତ ଆରବ ଏମିରେଟ୍ସ ଓ ବହାରିନ ଯାତ୍ରା କରିବେ ମୋଦି। ଫ୍ରାନ୍ସ ଗସ୍ତ ସମୟରେ ମୋଦି ବିୟାରିଜରେ 45 ତମ ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହା ମୋଦିଙ୍କର ପ୍ରଥମ ବାହରିନ ଯାତ୍ରା ।

ପଢନ୍ତୁ ମୋଦିଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସୂଚୀ...

ସଂଧ୍ୟାରେ ଫ୍ରାନ୍ସ ପହଞ୍ଚିବେ ମୋଦି

ପ୍ରଧାମନ୍ତ୍ରୀ ମୋଦି ସଂଧ୍ୟାରେ ଫ୍ରାନ୍ସ ପହଞ୍ଚିବେ । ସଂଧ୍ୟାରେ ହିଁ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଅଲ ମୈକ୍ରୋଙ୍କ ସହିତ ବୈଠକ କରିବେ । ଦୁଇ ନେତାଙ୍କ ମଧ୍ୟରେ ପ୍ରଥମେ ଔପଚାରିକ ବୈଠକ ହେବା ପରେ ଡେଲିଗେସନ ସ୍ତରୀୟ ବୈଠକ ହେବ । ମୋଦି ଫ୍ରାନ୍ସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

23 ଅଗଷ୍ଟରେ ୟୁଏଇ ଯିବେ ମୋଦି

ମୋଦି 23ରୁ 25 ଅଗଷ୍ଟ ପର୍ଯ୍ୟନ୍ତ ୟୁଏଇ ଓ ବାହରିନ ଗସ୍ତରେ ଯିବେ । ୟୁଏଇ ଓ ବାହାରିନ ଯାତ୍ରା ସାରିବା ପରେ 25 ଅଗଷ୍ଟରେ ହିଁ ପୁଣି ମୋଦି ବିୟାରିଜ ଯାଇ ରାତ୍ରି ଭୋଜନରେ ଯୋଗ ଦେବେ । ଶିଖର ସମ୍ମିଳନୀରେ ମୋଦି 'ଅସମାନତା ବିରୁଦ୍ଧରେ ଲଢେଇ' ବିଷୟ ଉପରେ ନିଜର ବିଚାର ରଖିବେ ।

ୟୁଏଇର ସର୍ବୋଚ୍ଚ ନିଗରିକ ସମ୍ମାନ 'ଆର୍ଡର ଅଫ ଜାୟଦ' ଗ୍ରହଣ କରିବେ ମୋଦି

ମୋଦିଙ୍କ ୟୁଏଇ ଗସ୍ତ ସବୁଠୁ ଖାସ ରହିଛି । ଏହି ଗସ୍ତ ସମୟରେ ମୋଦି ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟେଦ'ଗ୍ରହଣ କରିବେ । ଏଥିସହ ମୋଦି ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଡାକ ଟିକଟ ମଧ୍ୟ ଜାରି କରିବେ ।

ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବାହରିନ ଯାତ୍ରା

ୟୁଏଇରୁ ମୋଦି 24 ଅଗଷ୍ଟ ବାହରିନ ଯିବେ । ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବାହରିନ ଯାତ୍ରା । ବାହରିନରେ ମୋଦି ନିଜର ପ୍ରତିପକ୍ଷ ରାଜକୁମାର ଶେଖ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ସହ ସାକ୍ଷାତ କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମାନାମାରେ ଶ୍ରୀନାଥଜୀ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଆରମ୍ଭ କରିବେ ।

Intro:Body:

dd

Conclusion:
Last Updated : Aug 22, 2019, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.