ETV Bharat / bharat

ମୋଦିଙ୍କୁ 'କି ଅଫ ହଷ୍ଟନ' ସମ୍ମାନ

author img

By

Published : Sep 23, 2019, 3:29 AM IST

ଆମେରିକାର ହଷ୍ଟନରେ ଆୟୋଜିତ "ହାଉଡି ମୋଦି" କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ପୂର୍ବରୁ ଏନଆରଜି ଷ୍ଟାଡିୟମରେ ଥିବା 50 ହାଜର ଲୋକ ମୋଦିଙ୍କର ଭବ୍ୟ ସ୍ବାଗତ କରିଥିଲେ । ଯେଉଁଥିରେ ହଷ୍ଟନର ମେୟର ପିଏମ ମୋଦିଙ୍କୁ 'କି ଅଫ ହଷ୍ଟନ' ରେ ସମ୍ମାନିତ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ୱାସିଂଟନ: 'କି ଅଫ ହଷ୍ଟନ' ସମ୍ମାନରେ ସମ୍ମାନିତ ହେଲେ ମୋଦି । ଆମେରିକାର ହଷ୍ଟନରେ ଆୟୋଜିତ 'ହାଉଡି ମୋଦି' କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ପୂର୍ବରୁ ଏନଆରଜି ଷ୍ଟାଡିୟମରେ ଥିବା 50 ହାଜର ଲୋକ ମୋଦିଙ୍କର ଭବ୍ୟ ସ୍ବାଗତ କରିଥିଲେ । ଯେଉଁଥିରେ ହଷ୍ଟନର ମେୟର ପିଏମ ମୋଦିଙ୍କୁ "କି ଅଫ ହୋଷ୍ଟନ" ଦେଇ ମୋଦିଙ୍କୁ ସମ୍ମାନିତ କରିଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମରେ ଭାରତ ଓ ଆମେରିକାର ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଥିଲା । ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କ ମୋଦି ମୋଦି ନାରାରେ ଫାଟି ପଡୁଥଲା ପୁରା ପରିବେଶ । ମୋଦିଙ୍କୁ ଶୁଣିବା ପାଇଁ ଯେତିକି ଉତ୍କଣ୍ଠା ପ୍ରବାସୀ ଭାରତୀୟଙ୍କ ମନରେ ଥିଲା ମୋଦିଙ୍କ ମନରେ ମଧ୍ୟ ସେତିକି ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ପାଖାପାଖି 90 ମିନିଟ୍‌ର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଟେକ୍ସାସ ଓ ଆମେରିକାର 400 କଳାକାର ଭାଗ ନେଇଥିଲେ।

ତେବେ ଏହି କାର୍ଯ୍ୟକ୍ରମରେ ଆମେରିକା ପ୍ରତିନିଧି ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଭାରତ ଆମର ପ୍ରମୁଖ ରକ୍ଷା ଭାଗିଦାରୀ ଭଳି ଆମ ସହ ରହିଛି । ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ବହୁତ ଭଲ ରହିଛି । ଭାରତର ଲୋକ ଆମେରିକାରେ ଅନେକ ଯୋଗଦାନ କରିଛନ୍ତି । ଭାରତ ଦୃତ ଗତିରେ ବିକାଶ କରିବା ସହ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛି ବୋଲି ଆମେରିକା ପ୍ରତିନିଧି କହିଛନ୍ତି ।

Intro:Body:

sdbvg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.