ETV Bharat / bharat

ସୋସିଆଲ ମିଡିଆକୁ ବାଏ ବାଏ କହିବେ ମୋଦି ! - ସୋସିଆଲ ମିଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

‘ଆସନ୍ତା ରବିବାର ମୁଁ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଛାଡିବାକୁ ଚିନ୍ତା କରୁଛି ।’ ପିଏମ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ଟ୍ବିଟ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 2, 2020, 10:25 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବିଦାୟ ନେବାର ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଭଳି ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ଇସାରା ଦେଇଛନ୍ତି ।

‘ଆସନ୍ତା ରବିବାର ମୁଁ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଛାଡିବାକୁ ଚିନ୍ତା କରୁଛି ।’ ପିଏମ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ଟ୍ବିଟ ପୋଷ୍ଟ କରିଛନ୍ତି । ଅର୍ଥାତ ପିଏମ ମୋଦି ସୋସିଆଲ ମିଡିଆ ଛାଡ଼ିବାକୁ ଚିନ୍ତା କରୁଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@narendramodi
ଫଟୋ ସୌଜନ୍ୟ: ଟ୍ବିଟର@narendramodi

ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ବହୁ ଚର୍ଚ୍ଚିତ ରାଜନେତାମାନଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କର ସୋସିଆଲ ମିଡିଆରେ ଅନୁଗାମୀଙ୍କ ସଂଖ୍ୟା ବେଶ୍‌ ଅଧିକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟରରେ ତାଙ୍କର 53.3 ନିୟୁତ ଫଲୋଅର୍ସ ଅଛନ୍ତି ଏବଂ ତାଙ୍କ ଫେସବୁକରେ ସଂଖ୍ୟା ହେଉଛି 4.45 କୋଟି । ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲରେ 4.5 ନିୟୁତ ସବସ୍କ୍ରାଇବର ରହିଛନ୍ତି । ଇନଷ୍ଟାଗ୍ରାମରେ 35.2 ନିୟୁତ ଫଲୋଅର୍ସ ରହିଛନ୍ତି ।

ପିଏମ ମୋଦିଙ୍କ ଏହି ଟ୍ବିଟକୁ ରିଟ୍ବିଟ କରି କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି । ଆପଣ ଘୃଣାଭାବ ଛାଡନ୍ତୁ, ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ ବୋଲି ରାହୁଲ ଲେଖିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@RahulGandhi

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.