ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଇମାନୁଏଲଙ୍କୁ ଭାରତବାସୀଙ୍କ ପକ୍ଷରୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି।
ଏହି କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲଙ୍କ ସହ ତାଙ୍କର ପ୍ରଥମ ବୈଠକକୁ ମନେ ପକାଇଛନ୍ତି । ଏହା ସହିତ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧତା ଜାହିର କରିଛନ୍ତି । ଉଭୟେ ନେତା ଦ୍ବିପାକ୍ଷିକ ସମ୍ବନ୍ଧ ସହ କ୍ଷେତ୍ରୀୟ ଏବଂ ବୈଶ୍ବିକ ସ୍ଥିତିରେ ଆପୋସ ହିତ ପ୍ରସଙ୍ଗ ଉପରେ ବିଚାର ଆଦାନ ପ୍ରଦାନ କରିଛନ୍ତି । ଏହା ବ୍ୟତୀୟ ଉଭୟ ଦେଶ ମଧ୍ୟରେ ସାମରିକ, ପରମାଣୁ ଶକ୍ତି ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଉପରେ ସହମତି ପ୍ରକାଶ ହୋଇଛି।