ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତିଙ୍କୁ ଫୋନ ଯୋଗେ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ମୋଦି ଦେଶବାସୀଙ୍କ ତରଫରୁ ସମସ୍ତ ଆମେରିକାବାସୀଙ୍କୁ ଶୁଭେଚ୍ଛା ଜଣାଇଥିବା ପ୍ରଧାନମନ୍ତ୍ରୀ ଅଫିସ ପକ୍ଷରୁ ସୂଚନା ମିଳିଛି ।
ଭାରତ ଓ ଆମେରିକାର ସମ୍ପର୍କ ସୁଦୃଢ ଅଛି । ଏହାସହ ଆଗାମୀ ଦିନରେ ଆହୁରୀ ସୁଦୃଢ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛନ୍ତି। କଥାବାର୍ତ୍ତା ସମୟରେ ଟ୍ରମ୍ପ ଭାରତ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ସହଭାଗିତାରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଏହି କଥାବାର୍ତ୍ତା ସମୟରେ ମୋଦି ପୂର୍ବରୁ ଦୁଇ ଦେଶର ସହଭାଗିତାରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ। ଏପରିକି ଦୁଇ ଦେଶର ସମ୍ପର୍କରେ ଟ୍ରମ୍ପ ଖୁସି ବ୍ୟକ୍ତ କରିବା ସହ ବିଭିନ୍ନ ଦ୍ବିପାକ୍ଷିକ ଚୁକ୍ତିକୁ ଆଗକୁ ବଢାଇବାକୁ ମୋଦିଙ୍କୁ କହିଛନ୍ତି।