ETV Bharat / bharat

ବିହାର ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଆଜି 4 ଜିଲ୍ଲାରେ ମୋଦିଙ୍କ ଜନସଭା - phase 2 bihar assembly election

ଦ୍ବିତୀୟ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) ବିହାରରେ 4ଟି ରାଲି କରିବେ । ଅଧିକ ପଢନ୍ତୁ...

ବିହାର ଦ୍ବିତୀୟ ପର୍ଯ୍ୟାୟ ମତଦାନ
ବିହାର ଦ୍ବିତୀୟ ପର୍ଯ୍ୟାୟ ମତଦାନ
author img

By

Published : Nov 1, 2020, 7:16 AM IST

ପାଟଣା: ଦ୍ବିତୀୟ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ । ଦ୍ବିତୀୟ ପର୍ଯ୍ୟାୟରେ 17ଟି ଜିଲ୍ଲାର 94 ନିର୍ବାଚନମଣ୍ଡଳୀ ନଭେମ୍ବର 3 ରେ ମତଦାନ କରିବେ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) ବିହାରରେ 4ଟି ରାଲି କରିବେ । ଛପରା, ସାମସ୍ତିପୁର, ପୂର୍ବ ଚମ୍ପାରଣ ଓ ପଶ୍ଚିମ ଚମ୍ପାରଣ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ସାମସ୍ତିପୁର ଓ ବଗହା ନିର୍ବାଚନୀ ପ୍ରଚାରର ଜନସଭାରେ ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ରହିବେ । ପିଏମ ମୋଦି ପ୍ରଥମେ ଛପରା ନିର୍ବାଚନମଣ୍ଡଳୀରେ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ପିଏମ ପୂର୍ବ ଚମ୍ପାରଣ ଜିଲ୍ଲାର ମୋତିହାରିରେ ଜନତାଙ୍କୁ ସାମ୍ନା କରିବେ । ତୃତୀୟ ଜନସଭା ସମସ୍ତିପୁର ହାଉସିଂ ବୋର୍ଡ ମୈଦାନରେ ଆୟୋଜିତ କରାଯିବ । ଏହା ପରେ ପିଏମଙ୍କ ଚତୁର୍ଥ ଜନସଭା ପଶ୍ଚିମ ଚମ୍ପାରଣ ଜିଲ୍ଲାର ବଗହାରେ ଅନୁଷ୍ଠିତ ହେବ ।

ସେପଟେ, ପିଏମଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡାକଡି କରାଯାଇଛି । ଜନସଭାରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇସାରିଛି । ଅକ୍ଟୋବର 28 ତାରିଖରେ 16 ଜିଲ୍ଲା ପାଇଁ 71 ଟି ସିଟ ପାଇଁ ହୋଇଥିଲା ନିର୍ବାଚନ । ସେହିପରି ରବିବାର(ଆଜି) 17 ଜିଲ୍ଲାର 94 ସିଟ ପାଇଁ ମତଦାନ ଦେବେ ବିହାରବାସୀ । ତୃତୀୟ ଅର୍ଥାତ ଶେଷ ପର୍ଯ୍ୟାୟ 7 ନଭେମ୍ବର ଅନୁଷ୍ଠିତ ହେବାକୁ ଥିବାବେଳେ 15 ଜିଲ୍ଲା ପାଇଁ 78 ସିଟ ପାଇଁ ହେବ ଗ୍ରହଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.