ETV Bharat / bharat

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ଆଲୋଚନା, ସହାୟତା ପାଇଁ ପ୍ରତିଶ୍ରୁତି

author img

By

Published : May 23, 2020, 7:58 PM IST

ଶ୍ରୀଲଙ୍କାର ଆର୍ଥିକ ଓ ସ୍ବାସ୍ଥ୍ୟବସ୍ଥା ଉପରେ କୋରୋନାର ପ୍ରଭାବ ନେଇ ମୋଦି ଗୋଟାବାୟାଙ୍କ ସହ ଆଲୋଚନା କରିଥିଲେ । ଏହାସହ ଶ୍ରୀଲଙ୍କାରେ କୋରୋନାଜନିତ ଅବସ୍ଥା ସମ୍ପର୍କରେ ସେ ଗୋଟାବାୟାଙ୍କୁ ପଚାରି ବୁଝିଥିଲେ । ଅଧିକ ପଢନ୍ତୁ...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ଆଲୋଚନା, ସହାୟତା ପାଇଁ ପ୍ରତିଶ୍ରୁତି
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ଆଲୋଚନା, ସହାୟତା ପାଇଁ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଥା ହୋଇଛନ୍ତି । ଉଭୟ ଫୋନ ଯୋଗେ ଦେଶରେ କୋରୋନା ପରିସ୍ଥିତି ନେଇ ଆଲୋଚନା କରିଥିଲେ । ମୋଦି ଭାରତ ପକ୍ଷରୁ ପଡୋଶୀ ଦେଶକୁ ସମସ୍ତ ପ୍ରକାର ସହାୟତା ଜାରି ରଖିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀଲଙ୍କାର ଆର୍ଥିକ ଓ ସ୍ବାସ୍ଥ୍ୟବସ୍ଥା ଉପରେ କୋରୋନାର ପ୍ରଭାବ ନେଇ ମୋଦି ଗୋଟାବାୟାଙ୍କ ସହ ଆଲୋଚନା କରିଥିଲେ । ଏହାସହ ଶ୍ରୀଲଙ୍କାରେ କୋରୋନାଜନିତ ଅବସ୍ଥା ସମ୍ପର୍କରେ ସେ ଗୋଟାବାୟାଙ୍କୁ ପଚାରି ବୁଝିଥିଲେ । ସେହିପରି ଶ୍ରୀଲଙ୍କା ରାଷ୍ଟ୍ରପତି ମଧ୍ୟ କୋଭିଡ ମୁକାବିଲା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ମୋଦିଙ୍କୁ କହିଥିଲେ । ଏହାସହ ଶ୍ରୀଲଙ୍କାରେ ଆର୍ଥିର ଅବସ୍ଥା ସଜାଡିବା ପାଇଁ ଆରମ୍ଭ କରାଯାଇଥିବା ବିଭିନ୍ନ ଉପାୟ ବିଷୟରେ ମଧ୍ୟ ସେ ମୋଦିଙ୍କୁ ଜଣାଇଥିଲେ ।

ଏହି ଅବସରରେ ଉଭୟ ନେତା ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀଲଙ୍କା ମାର୍କେଟରେ ଭାରତୀୟ ଘରୋଇ କମ୍ପାନୀଙ୍କ ନିବେଶ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରସ୍ତାବ ଦେଇଥିଲେ । ଭାରତ ସହାୟତାରେ ଶ୍ରୀଲଙ୍କାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିବା ପାଇଁ ଉଭୟ ଦେଶ ସମ୍ମତି ପ୍ରଦାନ କରିଥିଲେ । ମୋଦି ଏନେଇ ନିଜ ଟ୍ବିଟରରେ ପ୍ରକାଶ କରିଥିଲେ । ପଡୋଶୀ ରାଷ୍ଟ୍ରକୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତି ବୋଲି ସେ କହିଛନ୍ତି । ଏପରି ବିପଦ ସମୟରେ ଶ୍ରୀଲଙ୍କାବାସୀଙ୍କ ସହ ଭାରତ ରହିଛି ଏବଂ ସବୁ ପ୍ରକାର ସହାୟତା ଜାରି ରଖିବ ବୋଲି ମୋଦି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲେ । କୋଭିଡ ମହାମାରୀ ମୁକାବିଲାରେ ମରିସସ୍ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ମୋଦି । ଏପରି ବିପଦ ସମୟରେ ମରିସସ୍ ଭାଇ ଓ ଭଉଣୀଙ୍କ ସହ ଭାରତ ସର୍ବଦା ସାଥ୍ ଦେବ ବୋଲି ସେ କହିଛନ୍ତି । ପ୍ରକାଶ ଥାଉ କି ଗତ ସପ୍ତାହରେ ମରିସସ୍ ସରକାରଙ୍କ ଅନୁରୋଧରେ ଭାରତ ପକ୍ଷରୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଟାବଲେଟ୍ ପଠାଯାଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.