ETV Bharat / bharat

ନ୍ୟୁଜିଲାଣ୍ଡ ନିର୍ବାଚନରେ ଜେସିଣ୍ଡାଙ୍କ ପ୍ରଚଣ୍ଡ ବିଜୟ, ଶୁଭେଚ୍ଛା ଜଣାଇଲେ ମୋଦି

author img

By

Published : Oct 18, 2020, 5:13 PM IST

Updated : Oct 18, 2020, 6:10 PM IST

ନ୍ୟୁଜିଲାଣ୍ଡର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ବିଜୟ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ନ୍ୟୁଜିଲାଣ୍ଡ ନିର୍ବାଚନରେ ଜେସିଣ୍ଡାଙ୍କ ପ୍ରଚଣ୍ଡ ବିଜୟ, ଶୁଭେଚ୍ଛା ଜଣାଇଲେ ମୋଦି
ନ୍ୟୁଜିଲାଣ୍ଡ ନିର୍ବାଚନରେ ଜେସିଣ୍ଡାଙ୍କ ପ୍ରଚଣ୍ଡ ବିଜୟ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ପୂନର୍ବାର ପ୍ରଚଣ୍ଡ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଜେସିଣ୍ଡାଙ୍କ ବିଜୟରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରର ସମ୍ବନ୍ଧକୁ ଏକ ନୂଆ ଶିଖରକୁ ନେବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି । ଏହା ସହ ମୋଦି ଗତ ବର୍ଷ ଜେସିଣ୍ଡା ଓ ତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାରକୁ ମଧ୍ୟ ସ୍ମରଣ କରିଛନ୍ତି ।

ଶନିବାର ନ୍ୟୁଜିଲାଣ୍ଡରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ଦଳ ରିପବଲିକ ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ନିର୍ବାଚନର ଫଳାଫଳକୁ ଦେଖି ସ୍ପଷ୍ଟ ଯେ ଜେସିଣ୍ଡାଙ୍କ ରିପବଲିକ ପାର୍ଟି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ସରକାର ଗଠନ କରିବ । ଜେସିଣ୍ଡା ଯେଭଳି ଭାବରେ ମହାମାରୀ କୋରୋନାର ସାମ୍ନା କରିଛନ୍ତି ଏହି ବିଜୟ ନ୍ୟୁଜିଲାଣ୍ଡ ଜନସାଧାରଣଙ୍କ ପକ୍ଷରୁ ତାଙ୍କ ପାଇଁ ଏକ ଉପହାର ବୋଲି ଅନୁମାନ କରାଯାଇପାରେ ।

ଏହି ପ୍ରଚଣ୍ଡ ବିଜୟକୁ ନେଇ ଜେସିଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଗତ 50 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜନସାଧାରଣ ଦେଶର କୌଣସି ଦଳ ପ୍ରତି ଏତେ ସମର୍ଥନ ଦେଖାଇଛନ୍ତି । ଏହା ନିଶ୍ଚିତ ଭାବରେ ଐତିହାସିକ ବୋସି ସେ କହିଛନ୍ତି ।

ସାଧାରଣ ନିର୍ବାଚନର ଫଳାଫଳ ଅନୁଯାୟୀ ଆର୍ଡନଙ୍କ ସେଣ୍ଟର ଲେଫ୍ଟ ଲେବର ପାର୍ଟିକୁ 87 ପ୍ରତିଶତରୁ 48 ପ୍ରତିଶତ ସମର୍ଥନ ମିଳିଛି । ନ୍ୟୁଜିଲାଣ୍ଡ ରାଜନୀତିରେ ଏହା ସବୁ ଠୁ ଦୁର୍ଲଭ ବହୁମତ । ମୁଖ୍ୟ ବିରୋଧି ଦଳ ନ୍ୟାସନାଲ ପାର୍ଟି ମାତ୍ର 27 ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଛି । 2002 ପରେ ଏହା ନ୍ୟାସନାଲ ପାର୍ଟି ସବୁଠୁ ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି । ତେବେ ବିରୋଧି ଦଳ ନିଜର ପରାଜୟ ସ୍ବୀକାର କରିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନ୍ୟୁଜିଲାଣ୍ଡରେ ନିର୍ବାଚନ ହେବାର ଥିଲା, ହେଲେ ମହାମାରୀ କୋରୋନା ଯୋଗୁଁ ନିର୍ବାଚନର ତାରିଖ ଘୁଞ୍ଚାଇବାକୁ ପଡିଥିଲା ।

ବିଜୟ ପରେ ଜେସିଣ୍ଡା କହିଛନ୍ତି, ଲେବର ପାର୍ଟିକୁ ଗତ 50 ବର୍ଷ ମଧ୍ୟରେ ସବୁଠୁ ଅଧିକ ସମର୍ଥନ ମିଳିଛି । ବର୍ତ୍ତମାନ ଆଗକୁ ଦେଶ ସାମ୍ନାରେ ଆହୁରି କଠି ସ୍ଥିତି ଆସିବ । ହେଲେ ଦଳ ସମସ୍ତ ଦେଶବାସୀଙ୍କ ପାଇଁ କାମ କରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଜେସିଣ୍ଡା ।

Last Updated : Oct 18, 2020, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.