ETV Bharat / bharat

ମୋଦିଙ୍କୁ ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ - maldives

ଭବ୍ୟ ସମ୍ବର୍ଦ୍ଧନା ସାଙ୍ଗକୁ ପାରମ୍ପରିକ ନୃତ୍ୟଗୀତରେ ପ୍ରଧାମମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ । ସଂସଦରେ ଦେଶର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦିନ’ରେ ମୋଦିଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 8, 2019, 8:59 PM IST

ମେଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମାଳଦ୍ବୀପ ଗସ୍ତ କରିଛନ୍ତି । ସେଠାରେ ପହଁଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହ ମାଳଦ୍ବୀପ ସେନା ପକ୍ଷରୁ ଗାର୍ଡ ଅଫ ଅନର୍ ମଧ୍ୟ ପ୍ରଦାନ କରାଯାଇଥିଲା ।

ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦିନ’ରେ ସମ୍ମାନିତ କରିଛନ୍ତି । ଏହାପରେ ମୋଦି ମାଳଦ୍ବୀପର ସଂସଦକୁ ଉଦବୋଧନ ଦେବା ଅବସରରେ କହିଛନ୍ତି ଏହି ସମ୍ମାନକୁ ବିନମ୍ରତାର ସହକାରେ ମୁଁ ସ୍ବୀକାର କରୁଛି । ଏହା କେବଳ ମୋ ପାଇଁ ସମ୍ମାନ ନୁହେଁ ବରଂ ଏହା ଦୁଇ ଦେଶର ବନ୍ଧୁତାରେ ଥିବା ସଂପର୍କର ସମ୍ମାନ ବୋଲି କହିଛନ୍ତି ମୋଦି ।

ଭାରତ ସବୁବେଳେ ମାଳଦ୍ବୀପ ସହ ଥିବା ସଂପର୍କକୁ ଗୁରୁତ୍ବ ଏବଂ ମହତ୍ବ ଦେଇଆସିଛି । ସବୁ ସମୟରେ ଏହି ଦେଶର ସାହାର୍ଯ୍ୟ ପାଇଁ ଆମେ ପ୍ରତିବଦ୍ଧ । ଭାରତ ଏବଂ ମାଳଦ୍ବୀପ ମଧ୍ୟରେ ଥିବା ବନ୍ଧୁତା ଆଗାମୀ ଦିନରେ ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ପିଏମ୍ ମୋଦି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.