ETV Bharat / bharat

ବେରୁଟ ବିସ୍ଫୋରଣ ଘଟଣା, ଦୁଃଖପ୍ରକାଶ କଲେ ପିଏମ ମୋଦି - ପିଏମ ମୋଦିଙ୍କ ଦୁଃଖ ପ୍ରକାଶ

ବେରୁଟ ବୋମା ବିସ୍ଫୋରଣ ଘଟଣା । ଶୋକସନ୍ତପ୍ତ ପରିବାର ଏବଂ ଆହତମାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ବେତୁଟ ବିସ୍ଫୋରଣ ଘଟଣାରେ ପିଏମ ମୋଦିଙ୍କ ଦୁଃଖ ପ୍ରକାଶ

author img

By

Published : Aug 5, 2020, 10:39 AM IST

ନୂଆଦିଲ୍ଲୀ: ବେରୁଟ ବୋମା ବିସ୍ଫୋରଣ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ । ଟ୍ବିଟ କରି ପୀଡିତ ପରିବାରଙ୍କୁ ଜଣାଇଲେ ସମବେଦନା । ଏହି ଘଟଣାରେ ଅନେକ ଜୀବନ ଯିବା ସହ ବ୍ୟାପକ ଧନହାନୀ ହୋଇଛି । ଶୋକସନ୍ତପ୍ତ ପରିବାର ଏବଂ ଆହତମାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ମୋଦି ।

ଏହି ଭୟଙ୍କର ବିସ୍ଫୋରଣର ମଙ୍ଗଳବାର ଲେବାନନର ରାଜଧାନୀ ବେରୁଟରେ ହୋଇଥିଲା । ଏଥିରେ 78 ଜଣଙ୍କ ଜୀବନ ଯିବା ସହ 4 ହଜାର ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବେରୁଟ ରାଜ୍ୟପାଳ କହିଛନ୍ତି ଯେ ସହରର ଅଧା ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ବହୁ ସଂଖ୍ୟାରେ ଆହତଙ୍କ କାରଣରୁ ଡାକ୍ତରଖାନାଗୁଡ଼ିକରେ ଭିଡ଼ ଜମିଛି। ଦେଶର ସାଧାରଣ ସିକ୍ୟୁରିଟି ସର୍ଭିସର ମୁଖ୍ୟ ଜେନ.ବାବାସ ଇବ୍ରାହିମ କହିଛନ୍ତି ଯେ ପ୍ରାଥମିକ ତଥ୍ୟ ଅନୁଯାୟୀ ଦୀର୍ଘ ଦିନ ଧରି ବନ୍ଦରରେ ସଂରକ୍ଷିତ ବିସ୍ଫୋରକ ଥିବାରୁ ବିସ୍ଫୋରଣ ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.