ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ: ମୋଦି ଦେଲେ ନୂଆ ମନ୍ତ୍ର ‘ଜନ୍ ସେ ଜଗ୍ ତକ୍’ - ଜନ୍ ସେ ଜଗ୍ ତକ୍

ଲକଡାଇନ୍ 3.0 ନେଇ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । 17 ମେ ପରେ ଲକଡାଉନର ସ୍ଥିତିକୁ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଫିଡବ୍ୟାକ ମାଗିଛନ୍ତି ।

PM modi
ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
author img

By

Published : May 12, 2020, 8:49 AM IST

ନୂଆଦିଲ୍ଲୀ: ଲକଡାଇନ୍ 3.0 ନେଇ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । 17 ମେ ପରେ ଲକଡାଉନର ସ୍ଥିତିକୁ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଫିଡବ୍ୟାକ ମାଗିଛନ୍ତି । 15 ମେ ଯାଏଁ ନିଜ ନିଜ ପରାମର୍ଶ ପଠାଇବାକୁ କହିଛନ୍ତି । ଏହାସହ ଆର୍ଥିକ ଗତିବିଧି ଚାଲିବା ନେଇ ବିଚାର କରାଯାଉଛି ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ବୈଠକରେ କହିଛନ୍ତି ଯେ କୋରୋନା ପରେ ଏକ ନୂତନ ଜୀବନଶୈଳୀ ବିକାଶ ହେବ। ଦେଶରେ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି, ଯାହାକୁ ମଧ୍ୟ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବାକୁ ପଡିବ । ଟେକ୍ନୋଲୋଜିକୁ ଧ୍ୟାନରେ ରଖି ଶିକ୍ଷାର ନୂତନ ମଡ୍ୟୁଲଗୁଡିକ ବିକାଶ କରିବାକୁ ପଡିବ ।

ସେ ଏହା ମଧ୍ୟ କହିଛନ୍ତି ଯେ ଜନସେବା ପ୍ରୟାସକୁ ଆଗକୁ ବଢାଇବା ଆବଶ୍ୟକ। ଏହାକୁ ନେଇ ମୋଦି ନୂଆ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ତାଙ୍କ ନୂତନ ସ୍ଲୋଗାନ ହେଉଛି ‘ଜନ୍ ସେ ଜଗ୍ ତକ୍’। ଏହି ନୂତନ ସ୍ଲୋଗାନର ଉଦ୍ଦେଶ୍ୟ ହେଲା, ପ୍ରଥମ ବିଶ୍ବଯୁଦ୍ଧ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ କିଛିଟା ବଦଳିଥିଲା । ବର୍ତ୍ତମାନ କୋରୋନା ପରେବି ବିଶ୍ବ ବଦଳିଯିବ ।

ଅନ୍ୟପକ୍ଷେ 5ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ୍ ବଢେଇବାକୁ ଦାବି କରିଥିଲେ । ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଲକଡାଉନରେ ଆଶ୍ବସ୍ତି ନଦେବାକୁ କହିଥିଲେ ମାତ୍ର ଗୁଜୁରାଟ ଏହାକୁ ବିରୋଧ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.