ପ୍ୟାରିସ୍: ଜି-୭ ସମ୍ମିଳନୀରେ ଭାଗ ନେବା ପାଇଁ ଫ୍ରାନ୍ସର ବ୍ୟାରିଜ୍ୟୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରାଯାଇଛି । ଜି-୭ ସମ୍ମିଳନୀରେ ଯୋଗ ଦେଇ ଜଳବାୟୁ, ପରିବେଶ ଏବଂ ଡିଜିଟାଲ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବେ ମୋଦି ।
ଏହାପରେ ସେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ଆସନ୍ତାକାଲି 3 ଟା 45 ରେ ହେବ ବୋଲି ଜାଣିବାକୁ ମିଳିଛି । ସେମାନେ 45 ମିନିଟ ପର୍ଯ୍ୟନ୍ତ ଆଲୋଚନା କରିବା ନେଇ ସୂଚନା ମିଳିଛି । ତେବେ ଚଳିତ ବର୍ଷ ଟ୍ରମ୍ପଙ୍କ ସହ ମୋଦିଙ୍କର ଏହା ଦ୍ବିତୀୟ ସାକ୍ଷାତକାର ହେବ । ଏହା ପୂର୍ବରୁ ଦୁହେଁ ଜାପାନର ଓସାକାରେ ସାକ୍ଷାତକାର କରିଥିଲେ ।
ତେବେ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ମୋଦି ଏବଂ ଟ୍ରମ୍ପଙ୍କର ଏହା ପ୍ରଥମ ସାକ୍ଷାତକାର ହେବ । ଦୁହିଁଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।