ETV Bharat / bharat

ଟ୍ରମ୍ପଙ୍କ ସହ ଅଧଘଣ୍ଟା ଫୋନରେ କଥା ହେଲେ ମୋଦି

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରାୟ 30 ମିନିଟ ଧରି ହୋଇଥିବା ବାର୍ତ୍ତାଳାପରେ ସେମାନେ ସୀମା ପାର ଆତଙ୍କବାଦ ଏବଂ କ୍ଷେତ୍ରୀୟ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ଜଣା ପଡିଛି ।

ଫାଇଲ ଫଟୋ
author img

By

Published : Aug 19, 2019, 9:53 PM IST

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ 30 ମିନିଟ ଧରି ହୋଇଥିବା ବାର୍ତ୍ତାଳାପରେ ସେମାନେ ସୀମା ପାର ଆତଙ୍କବାଦ ସମସ୍ୟା ଏବଂ କ୍ଷେତ୍ରୀୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ଜଣା ପଡିଛି । ଏହା ବ୍ୟତିତ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧ ଓ ଆପୋଷ ବୁଝାମଣାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

modi
ଫଟୋ ସୌଜନ୍ୟ: ଟ୍ବିଟର@PMOIndia

ତେବେ ପାକିସ୍ତାନର ନାଁ ନ ଉଠାଉ ମୋଦି ଟ୍ରମ୍ପଙ୍କୁ କହିଛନ୍ତି, କିଛି ନେତାଙ୍କ ପାଇଁ ଭାରତରେ ହିଂସା ଉପୁଜୁଛି ଏବଂ ଶାନ୍ତି ଭଙ୍ଗ ହେଉଛି । ସେମାନେ ଭାରତ ବିରୋଧୀ ବୟାନ ଦେଉଛନ୍ତି । ଭାରତରେ ସୀମାପାର ଆତଙ୍କବାଦୀଙ୍କର କୌଣସି ଆବଶ୍ୟକତା ନାହିଁ । ଦାରିଦ୍ରତା, ଅଶିକ୍ଷା ଏବଂ ରୋଗ ସହ ଯେଉଁ ବି ଦେଶ ଲଢୁଛି, ଆମେ ତାର ସହଯୋଗ କରିବୁ ବୋଲି ମୋଦି କହିଛନ୍ତି । ଟ୍ରମ୍ପଙ୍କ ସହ ଆଲୋଚନାରେ ମୋଦି ଆଫଗାନିସ୍ତାନର 100 ବର୍ଷ ପୂର୍ତ୍ତିର ମଧ୍ୟ ପ୍ରସଙ୍ଗ ଉଠାଇଥିଲେ । ସଂଗଠିତ, ସୁରକ୍ଷିତ, ଗଣତାନ୍ତ୍ରିକ ଏବଂ ସ୍ବତନ୍ତ୍ର ଆଫଗାନିସ୍ତାନ ପାଇଁ ଭାରତ ସର୍ବଦା ପ୍ରତିବଦ୍ଧ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି ।

ଏହା ବ୍ୟତିତ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଭାରତ-ଆମେରିକାର ବାଣିଜ୍ୟକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଓସାକାରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବାର୍ତ୍ତାକୁ ମନେ ପକାଇ ମୋଦି କହିଛନ୍ତି, ଭାରତ-ଆମେରିକାର ବାଣିଜ୍ୟ ମନ୍ତ୍ରୀ ଖୁବ୍‌ ଶୀଘ୍ର ସାକ୍ଷାତ କରିବେ ବୋଲି ଆଶା କରୁଛି । ଏହା ସହିତ ଟ୍ରମ୍ପ ମୋଦିଙ୍କ ସହ ନିୟମିତ ସମ୍ପର୍କରେ ରହିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ନେଇ ଶୁକ୍ରବାର ଜାତିସଙ୍ଘ ସୁରକ୍ଷା ପରିଷଦର ଏକ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ବୈଠକ ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରାୟ 12 ମିନିଟ କଥାବାର୍ତ୍ତା ହୋଇଥିବା ଜଣା ପଡିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.