ETV Bharat / bharat

ପିଏମ ମୋଦି ଅର୍ଥନୀତି ବିଷୟରେ କିଛି ଜାଣନ୍ତିନି: ସୁବ୍ରମଣ୍ୟମ ସ୍ୱାମୀ - Subramanian swamy

ଶନିବାର ସ୍ୱାମୀ କହିଛନ୍ତି ଯେ ପିଏମ ମୋଦି ହେଉ ଅବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କାହାକୁ ଅର୍ଥ ବ୍ୟବସ୍ଥା ବିଷୟରେ ଜ୍ଞାନ ନାହିଁ । କିନ୍ତୁ ଦେଶର ଆର୍ଥିକ ବିକାଶ ହୋଇଛି । ଭାରତ ଦୁନିଆର ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥା କିନ୍ତୁ ମୋଦି ଓ ଜେଟଲୀ କହୁଛନ୍ତି ଆମେ ଦୁନିଆର ପଞ୍ଚମ ଅର୍ଥ ବ୍ୟବସ୍ଥା ।

ଫାଇଲ ଫଟୋ
author img

By

Published : Mar 24, 2019, 2:02 AM IST

Updated : Mar 24, 2019, 5:12 PM IST

ନୂଆଦିଲ୍ଲୀ: ନିଜ ବିବାଦୀୟ ମନ୍ତବ୍ୟ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। ନିଜ ଦଳ ହେଉ ଅବା ବିରୋଧୀ ତାଙ୍କ କଡା ପ୍ରହାରରୁ ବଞ୍ଚି ପାରନ୍ତି ନାହିଁ କେହି । ସେ ବିଗତ ଦିନରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କ୍ରମାଗତ ସମାଲୋଚନା କରି ଆସୁଛନ୍ତି । କିନ୍ତୁ ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ କରିଛନ୍ତି ଟାର୍ଗେଟ ।

ଶନିବାର ସ୍ୱାମୀକହିଛନ୍ତି ଯେ ପିଏମ ମୋଦି ହେଉ ଅବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କାହାକୁ ଅର୍ଥ ବ୍ୟବସ୍ଥା ବିଷୟରେ ଜ୍ଞାନ ନାହିଁ । କିନ୍ତୁ ଦେଶର ଆର୍ଥିକ ବିକାଶ ହୋଇଛି । ଭାରତ ଦୁନିଆର ତୃତୀୟ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା କିନ୍ତୁ ମୋଦି ଓ ଜେଟଲୀ କହୁଛନ୍ତି ଆମେ ଦୁନିଆର ପଞ୍ଚମ ଅର୍ଥ ବ୍ୟବସ୍ଥା ।

ହାର୍ୱାଡ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚଡି କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । ସେ କହିଛନ୍ତି ଯେ ଲୋକଙ୍କ କ୍ରୟ କ୍ଷମତା ଅନୁସାରେ ଭାରତ ଆମେରିକା ଓ ଚୀନ ପରେ ତୃତୀୟ ରାଷ୍ଟ୍ର । ତେଣୁ ସେହି କ୍ରମରେ ଭାରତର ଅର୍ଥବ୍ୟବସ୍ଥା ତୃତୀୟ ସ୍ଥାନରେ ରହିଛି । ମୋତେ ଜଣା ଅଛି ଆମର ପ୍ରଧାନମନ୍ତ୍ରୀ ମୋଦି ଦୁନିଆର ପଞ୍ଚମ ଅର୍ଥ ବ୍ୟବସ୍ଥା ବୋଲି ଭାରତକୁ କହୁଛନ୍ତି । ଏହାର କାରଣ ହେଉଛି ତାଙ୍କୁ ଅର୍ଥଶାସ୍ତ୍ର ବିଷୟରେ ଜଣାନାହିଁ । ଏହାସହ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଅର୍ଥବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ସ୍ୱାମୀ କହିଛନ୍ତି ।

Intro:Body:Conclusion:
Last Updated : Mar 24, 2019, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.