ଥିମ୍ପୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଭୁଟାନ ଗସ୍ତର ଆଜି ଦ୍ବତୀୟ ଦିନ । ମୋଦି ଆଜି ୟୁନିଭର୍ସିଟି ଅଫ ଭୁଟାନରେ ଯୁବ ଭୁଟାନ ଛାତ୍ରଙ୍କୁ ସମ୍ବୋଧିତ କରିଛନ୍ତି ।
ଏଗଜାମ ଓ୍ବାରିୟର୍ସରେ ଯାହା କିଛି ଲେଖା ହୋଇଛି ତାହା ଭଗବାନ ବୁଦ୍ଧଙ୍କ ଶିକ୍ଷା ଦ୍ବାରା ପ୍ରଭାବିତ ବୋଲି ମୋଦି କହିଛନ୍ତି । ବର୍ତ୍ତମାନ ସମୟ ସହ ହେଉ କିମ୍ବା ଜନ୍ମଗତ ହେଉ, ବିଶେଷ କରି ସକାରାତ୍ମକତାର ଭୟ ଉପରେ କାବୁ ପାଇବା ଓ ଏକତାର ସହ କିପରି ରହିବା ବିଷୟରେ ମୋଦି ଛାତ୍ରଙ୍କୁ କହିଛନ୍ତି ।
ଭାରତ ବିଶ୍ବର ସବୁଠୁ ବଡ ସ୍ବାସ୍ଥ୍ୟ ସେବା ଯୋଜନା ଆୟୁଷ୍ମାନ ଭାରତର ଘର, ଯାହାକି 500 ମିଲିୟନ ଭାରତୀୟଙ୍କୁ ସ୍ବାସ୍ଥ୍ୟ ଆଶ୍ବାସନା ଦେଇଛି ବୋଲି ମୋଦି ତହିଛନ୍ତି ।
ପୂର୍ବରୁ ଶନିବାର ମୋଦି ଭୁଟାନରେ ନିଜର ପ୍ରତିପକ୍ଷ ଲୋତେ ଶେରିଙ୍ଗଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଦୁଇ ଦେଶର ନେତା ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିୟ ଭାଗୀଦିରୀକୁ ଅଧିକ ସୁଦୃଢ କରିବା ପାଇଁ ଚର୍ଚ୍ଚା କରିଛନ୍ତି ।
ନୂଆଦିଲ୍ଲୀ ଓ ଥିମ୍ପୁ ମଧ୍ୟରେ ହାଇଡ୍ରୋ ପାଓ୍ବାର ଓ ଶିକ୍ଷା ସମେତ ପାଞ୍ଚଟି କ୍ଷେତ୍ର ସହ ଜଡିତ ଏମୋୟୁ ଉପପରେ ହସ୍ତାକ୍ଷର କରାଯାଇଛି । ଏଥରକୁ ଲଗାଇ ପ୍ରଧାନମନ୍ତ୍ରୀ ଦିତୀୟ ଥର ଭୁଟାନ ଆସିଥିବା ବେଳେ 2019 ନିର୍ବଚନରେ ବିଜୟ ପରେ ଏହା ତାଙ୍କର ପ୍ରଥମ ଭୁଟାନ ଗସ୍ତ ।