ଲାହୋର: କାଶ୍ମୀର ପ୍ରସଙ୍ଗକୁ ଭୁଲି ପାରୁନାହାଁନ୍ତି ପାକିସ୍ତାନ ସରକାର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁନର୍ବାର ଉଠାଇଛନ୍ତି କାଶ୍ମୀର ପ୍ରସଙ୍ଗ। ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ସେ, ଆମେରିକା ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।
![donald trump](https://etvbharatimages.akamaized.net/etvbharat/prod-images/5140141_trump.png)
ଗୁରୁବାର ଫୋନ ଯୋଗେ ରାଷ୍ଟ୍ରପତି ଟ୍ରମ୍ପ ଓ ଇମ୍ରାନ ଖାନ ପରସ୍ପର ପାକିସ୍ତାନ-ଆମେରିକା ମଧ୍ୟରେ ଥିବା ଦ୍ବିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ଜଣାପଡିଛି। କାଶ୍ମୀରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତିଙ୍କୁ ଅବଗତ କରାଇବା ସହ ଏ ମାମଲାରେ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିଲେ।
ପୂର୍ବରୁ ମଧ୍ୟ ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଟ୍ରମ୍ପକୁ ଅନୁରୋଧ କରିଛନ୍ତି ଇମ୍ରାନ ଖାନ୍। ଏପରିକି ଟ୍ରମ୍ପକୁ ହ୍ବାଇଟ ହାଉସରେ ଭେଟି ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଛନ୍ତି ସେ।