ETV Bharat / bharat

କୋରୋନା ପାଇଁ ହେବ COVID-19 ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ - ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଟାସ୍କ ଫୋର୍ସ ଗଠନ

କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି COVID-19 ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ କଥା ଗୁରୁବାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

PM Announces COVID-19  ECONOMIC RESPONSE TASK FORCE
କୋରୋନା ପାଇଁ ହେବ COVID-19 ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ
author img

By

Published : Mar 19, 2020, 11:14 PM IST

ନୂଆଦିଲ୍ଲୀ: କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି COVID-19 ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ କଥା ଗୁରୁବାର ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଏହି ଟାସ୍କଫୋର୍ସ କାର୍ଯ୍ୟକରିବ ।

କୋରୋନା ଭାଇରସ ଦ୍ବାରା ସୃଷ୍ଟ ଅର୍ଥନୈତିକ ଆହ୍ବାନ ଗୁଡିକୁ ଦୃଷ୍ଟିରେ ରଖି ସରକାର COVID-19 ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଏହା ଦ୍ବାରା ଅର୍ଥନୈତିକ ପ୍ରତିବନ୍ଧକ ଗୁଡିକୁ କମାଇବା ସହ ସେଗୁଡିକୁ ପ୍ରଭାବଶାଳୀ ଭାବେ ପ୍ରୟୋଗ କରିବା ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ।

COVID-19 ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଏହାର ସହଯାଗୀ ମାନଙ୍କ ସହ ସଂପର୍କରେ ରହିବ । ସେମାନଙ୍କ ମତାମତ ଗ୍ରହଣ କରିବ ଓ ସେହି ଅନୁସାରେ ନିଷ୍ପତ୍ତି ଗ୍ରହଣ କରିବ ।

ଅନ୍ୟ ପକ୍ଷରେ ଦେଶର ନାଗରିକମାନଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତରଖାନା ନ ଯିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଯଦି କିଛି କମ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ଥାଏ । ତେବେ ଏହାକୁ ଏକ ମାସ ଘୁଞ୍ଚାଇ ଦେବା ଦରକାର । ଆମେ ଏହି ସମୟରେ ଡାକ୍ତରଖାନାକୁ ଆସି ଚାପ ସୃଷ୍ଟି କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ବିଭିନ୍ନ ଦରକାରୀ ସାମଗ୍ରୀ କିଣିବା ପାଇଁ ବ୍ୟସ୍ତ ନ ହେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଦ୍ରବ୍ୟ ଗୁଡିକର ଅଭାବ ନ ହେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି । ସେହିପରି ଆସନ୍ତା 22 ତାରିଖକୁ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ସେ ନିବେଦନ କରିଛନ୍ତି ।

ସଂପ୍ରତି ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା 174 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 4ଜଣଙ୍କ ମୃତ୍ୟୁ ହୋଇସାରିଛି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.