ETV Bharat / bharat

ବାତ୍ୟା ନିସର୍ଗ ନେଇ ମୁମ୍ବାଇବାସୀଙ୍କୁ ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Jun 2, 2020, 10:23 PM IST

ନିସର୍ଗ ନେଇ ମୁମ୍ବାଇବାସୀଙ୍କୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ଠାକରେଙ୍କ ନିର୍ଦ୍ଦେଶ । ଦୁଇ ଦିନ ପର୍ଯ୍ୟନ୍ତ କେହି ବାହାରକୁ ନଯିବା ନେଇ କହିଲେ ମିଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

"Please Stay Indoors For 2 Days": Uddhav Thackeray On Cyclone Nisarga
ଫାଇଲ ଫଟୋ

ମୁମ୍ବାଇ: ସମ୍ଭାବ୍ୟ ସାମୁଦ୍ରିକ ଝଡ ନିସର୍ଗ ବୁଧବାର ମହାରାଷ୍ଟ୍ର ଏବଂ ଗୁଜୁରାଟ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଗଭୀର ଅବପାତ ପରେ ଆରବ ସାଗରରେ ସୃଷ୍ଟ ବାତ୍ୟା ବର୍ତ୍ତମାନ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇସାରିଛି । ତେବେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଭାରତରେ ସର୍ବାଧିକ ସଂଖ୍ୟକ କୋରୋନା ଭାଇରସରେ ଆକ୍ରାନ୍ତ ରାଜ୍ୟ ଭାବେ ମହାରାଷ୍ଟ୍ର ସ୍ୱାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ସହ ମୁକାବିଲା କରୁଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅନେକ ଚ୍ୟାଲେଞ୍ଜ ଠିଆ କରିଛି ।

ବାତ୍ୟା ପରେ ଯେକୌଣସି କ୍ଷତି କୋଭିଡ ଲଢେଇକୁ ଅଧିକ ଜଟିଳ କରିପାରେ । ସହରରେ ପ୍ରବଳ ପବନ ବହିବା ସହ ସମ୍ଭାବ୍ୟ ବିଦ୍ୟୁତ କାଟର ସମ୍ମୁଖୀନ ହେବାକୁ ମୁମ୍ବାଇ ବାସିନ୍ଦାଙ୍କୁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ସେମାନଙ୍କର ଗ୍ୟାଜେଟ ଚାର୍ଜ କରିବା ସହ ଜରୁରୀକାଳୀନ ଲାଇଟ ପାଖରେ ରଖିବାକୁ କହିଛନ୍ତି । "ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସମ୍ମୁଖୀନ ହୋଇଥିବା କୋରୋନା ଆତଙ୍କ ଠାରୁ ବାତ୍ୟା ନସର୍ଗ ଅଧିକ ଭୟଙ୍କର ହୋଇପାରେ । ବୁଧବାର ଏବଂ ଗୁରୁବାର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ଏପରିକି ଆସନ୍ତା ଦୁଇ ଦିନ ମଧ୍ୟରେ ଲୋକମାନେ ସଜାଗ ରହିବା ଉଚିତ ବୋଲି ଠାକରେ କହିଛନ୍ତି । ସମସ୍ତେ ଘର ଭିତରେ ସୁରକ୍ଷିତ ରହିବା ସହ କେହି ବି ବାହାରକୁ ନଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.