ETV Bharat / bharat

ହାଇଦ୍ରାବାଦ ମହାନଗର ନିଗମର ନୂଆ ଟେକନିକ, ପ୍ଲାଷ୍ଟିକ ବୋତଲରୁ ଭେଣ୍ଡିଂଜୋନ - ପ୍ଲାଷ୍ଟିକ

ଆମେ ଫୋପାଡି ଦେଉଥିବା ପ୍ଲାଷ୍ଟିକ ଆବର୍ଜନାରୁ କ’ଣ କ’ଣ ତିଆରି କରାଯାଉଛି ତାହା ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଅନ୍ୟାନ୍ୟ ସାମଗ୍ରୀ ପରି ତିଆରି ହେଉଛି ଭେଣ୍ଡିଂଜୋନ । ପଢନ୍ତୁ କିଏ ପ୍ରସ୍ତୁତ କରୁଛି ପ୍ଲାଷ୍ଟିକରୁ ଭେଣ୍ଡିଜୋନ ?

plastic
ପ୍ଲାଷ୍ଟିକ ବୋତଲରୁ ଭେଣ୍ଡିଂଜୋନ
author img

By

Published : Dec 27, 2019, 7:54 AM IST

ହାଇଦ୍ରାବାଦ: ପ୍ଲାଷ୍ଟିକରୁ ଇନ୍ଧନ, ଟି-ସାର୍ଟ ପରି ପ୍ରସ୍ତୁତ ହେଉଛି ଭେଣ୍ଡିଂଜୋନ । ପ୍ଲାଷ୍ଟିକ ଗୁଡିକକୁ ଷ୍ଟଲ ନିର୍ମାଣ କରାଯାଉଛି । ହାଇଦ୍ରାବାଦ ମହାନଗର ନିଗମ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ନିର୍ମାଣ କରୁଛି ଷ୍ଟଲ । ଏଠାରେ ଥିବା ହାଇଟେକ ସିଟିରେ ନିର୍ମାଣ ହେଉଥିବା ଏହି ଷ୍ଟଲ ଗୁଡିକର ଖୁବଶୀଘ୍ର କରାଯିବ ଶୁଭାରମ୍ଭ ।

ପ୍ଲାଷ୍ଟିକ ବୋତଲରୁ ଭେଣ୍ଡିଂଜୋନ

ହାଇଦ୍ରାବାଦକୁ ପ୍ଲାଷ୍ଟିକ ମୁକ୍ତ ସହର ଗଠନ ଦିଗରେ ସରକାରଙ୍କ ବଡ ପଦକ୍ଷେପ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ଭଳି ପ୍ରସ୍ତୁତ ହେଉଛି ଗ୍ରୀନ ଷ୍ଟ୍ରିଟ ଭେଣ୍ଡିଂଜୋନ । ଏହାକୁ ପ୍ରସ୍ତୁତ କରୁଛି ଗ୍ରେଟର ହାଇଦ୍ରାବାଦ ମ୍ୟୁନସିପାଲ କର୍ପୋରେସନ । ହାଇଟେକ ସିଟିର ଶିଳ୍ପାରମନ ଅଞ୍ଚଳରେ ଚାଲିଛି ଏହାର ପ୍ରସ୍ତୁତି । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପାଖାପାଖି 55ଟି ଭେଣ୍ଡିଂ ଜୋନ କରାଯାଉଛି ନିର୍ମାଣ ।

ପ୍ରତ୍ୟେକ ଷ୍ଟଲ ପାଇଁ ଆବଶ୍ୟକ ହେଉଛି 2ହଜାର ପ୍ଲାଷ୍ଟିକ ବୋତଲ ବର୍ଜ୍ୟବସ୍ତୁ । ମୋଟ 40 ଟନ ବର୍ଜ୍ୟବସ୍ତୁକୁ ନେଇ ଗୁଜୁରାଟର ଏକ କମ୍ପାନୀ ଷ୍ଟଲ ଗୁଡିକୁ ନିର୍ମାଣ କରୁଛି । ପ୍ରତ୍ୟେକ ଷ୍ଟଲ ପିଛା ମହାନଗର ନିଗମ ଖର୍ଚ୍ଚ କରୁଛି 90 ହଜାର ଟଙ୍କା । ଆଉ ମାତ୍ର 800 ମିଟରରେ ପ୍ରତିଷ୍ଠିତ ହୋଇପାରିବ ଏହି ଦୋକାନ । ଅନ୍ୟପଟେ ପ୍ଲାଷ୍ଟିକ ମୁକ୍ତ ସହର ଗଠନ ପାଇଁ ଆଗକୁ ପ୍ରତ୍ୟେକ ଦୋକାନୀଙ୍କୁ ଖାଦ୍ୟ ସୁରକ୍ଷା ପାଇଁ ଦିଆଯିବ ତାଲିମ । ଏହାସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ହାଇଦ୍ରାବାଦରେ ନିର୍ମାଣ ହେଉଥିବା ଏହି ଗ୍ରୀନ ଭେଣ୍ଡିଂଜୋନକୁ ଆସନ୍ତା 10ରୁ15 ଦିନ ମଧ୍ୟରେ ଖୋଲିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ସତରେ ପ୍ଲାଷ୍ଟିକ ମୁକ୍ତ ସହର ଗଠନରେ ହାଇଦ୍ରାବାଦ ପ୍ରଶାସନର ଏହି ପଦକ୍ଷେପ ନିହାତି ପ୍ରଶଂସାଯୋଗ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

CAA protests

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.