ଜୟପୁର: ରାଜସ୍ଥାନ ଜୟପୁରର ନାଗୌର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ନାଗୌର ଜବାହାର ଲାଲ ନେହେରୁ ହସ୍ପିଟାଲରେ ଶୁକ୍ରବାର ଜନ୍ମ ନେଇଛି ପ୍ଲାଷ୍ଟିକ ଶିଶୁ । ସାଧାରଣତଃ ପିଲାଟିଏ ଜନ୍ମ ହେବା ପରେ ତାର ଶରୀର ଥିବା ଚର୍ମ ଖୁବ ନରମ ଥାଏ । କିନ୍ତୁ ଏହି ଶିଶୁର ଚର୍ମ ପ୍ଲାଷ୍ଟିକ ଭଳି ଟାଣ । ଆଉ ହାତର ଆଙ୍ଗୁଳି ସବୁ ଲାଗି ରହିଛି ।
ଏହି ଶିଶୁକୁ ଦେଖିଲେ ଆପଣଙ୍କୁ ଲାଗିବ ଯେମିତି ତା ଶରୀରେ ପ୍ଲାଷ୍ଟିକ ଖୋଳପା ଲାଗିଛି । ତେବେ ଡାକ୍ତରଙ୍କ କହିବା ଅନୁସାରେ, ପ୍ରାୟ 6 ଲକ୍ଷ ଶିଶୁଙ୍କ ଭିତରେ ଜଣେ ଶିଶୁ ଏପରି ଜନ୍ମ ନେଇଥାଏ। ଏଭଳି ଶିଶୁଙ୍କ ଆୟୁସ ଖୁବ କମ ଦିନ ବୋଲି କହିଛନ୍ତି ଡାକ୍ତର ।
ଏହି ଶିଶୁର ମାତାପିତା ହେଉଛନ୍ତି ନାଗୌର ଗୁଡାଭାୱାଣ୍ଡା ଅଞ୍ଚଳ ସହଦେବ ଏବଂ ଦୁର୍ଗା । ପୂର୍ବରୁ ଦୁର୍ଗା 3ଟି ଶିଶୁ ଜନ୍ମ ଦେଇଥିଲେ । ହେଲେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଚତୁର୍ଥ ଶିଶୁ ବର୍ତ୍ତମାନ ଜୀବିତ ଥିବା ଜଣାପଡିଛି । ତେବେ ଏହି ପ୍ଲାଷ୍ଟିକ ଶିଶୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପୂରା ପରିବାର ।