ETV Bharat / bharat

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଠକେଇ ଯୋଜନା, 6 ଅଭିଯୁକ୍ତ ଗିରଫ

author img

By

Published : Oct 6, 2020, 1:46 PM IST

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଠକେଇ ଉଦ୍ୟମ । ମାଙ୍ଗାଲୋରରୁ 6 ଅଭିଯୁକ୍ତ ଗିରଫ। ଆନ୍ଧ୍ରପ୍ରଦେଶ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ କରିଥିଲା ଚଢାଉ। ଅଧିକ ପଢନ୍ତୁ.....

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ଠକେଇ କରିବା ଯୋଜନା କରୁଥିବା ବେଳେ କର୍ଣାଟକର ମାଙ୍ଗାଲୋରରୁ 6 ଅଭିଯୁକ୍ତଙ୍କୁ ଗିରଫ କରିଛି ଦକ୍ଷିଣ କନ୍ନଡ ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ୟୋଗେଶ ଆଚାର୍ଯ୍ୟ, ୟୁଦୟ ସେଟି କାଦାଭର , ମାଙ୍ଗାଲୋରର ବ୍ରିଜେସ ରୟ, ଙ୍ଗଙ୍ଗାଧର ସୁବର୍ଣା।

ଏମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରାୟ 117 କୋଟି ଟଙ୍କା ଠକେଇ କରିବାର ଯୋଜନା କରିଥିଲେ । ଏନେଇ ଗତ ସେପ୍ଟେମ୍ବର 21 ରେ ଆନ୍ଧ୍ର ସରକାରଙ୍କ ରାଜସ୍ବ ବିଭାଗର ସହକାରୀ ସଚିବ ମୁରଲିକ୍ରିଷ୍ଣା ରାଓ ଆନ୍ଧ୍ର ପ୍ରଦେଶର ଥାନାରେ ଏତଲା ଦେଇଥିଲେ। ଏହି ଅଭିଯୋଗ ପାଇବା ପରେ ଏହାକୁ ଅତି ଗୁରୁତ୍ବର ସହ ନେଇଥିଲେ ଆନ୍ଧ୍ର ସରକାର । ଏନେଇ ଆନ୍ଧ୍ର ପ୍ରଦେଶ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ପରେ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ କର୍ଣ୍ଣାଟକର ମାଙ୍ଗାଲୋରରେ ଚଢାଉ କରି ସମସ୍ତ 6 ଅଭିଯୁକ୍ତଙ୍କୁ ଗିରଫ କରିଛି। ଇଟିଭି ଭାରତକୁ ସୂଚନା ଦେଇ ମାଙ୍ଗାଲୋର ସିଟି ପୋଲିସର କମିସନର କୁମାର ବେଲିୟପ୍ପା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି,‘ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆନ୍ଧ୍ର ପୋଲିସ ଦକ୍ଷିଣ କନ୍ନଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି 6 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଚଢାଉ ବେଳେ କର୍ଣ୍ଣାଟକ ପୋଲିସ ଆନ୍ଧ୍ରପ୍ରଦେଶର ପୋଲିସ ଟିମକୁ ସବୁ ପ୍ରକାର ସହଯୋଗ କରିଥିଲା।’

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.