ETV Bharat / bharat

ଏଣିକ ବିଦା ହେବେ ଦୁର୍ନୀତିଗ୍ରସ୍ତ ରେଳ କର୍ମଚାରୀ

author img

By

Published : Jul 16, 2019, 5:24 PM IST

ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରତିଶୃତିବଦ୍ଧ ମୋଦି ସରକାର । ଯଦି ଭାରତୀୟ ରେଳବାଇରେ କାର୍ଯ୍ୟରତ କୌଣସି କର୍ମଚାରୀ ଦୁର୍ନୀତିରେ ଜଡିତ ରୁହନ୍ତି ସେମାନଙ୍କୁ ଏଣିକି ଚାକିରୀରୁ ବିଦା କରାଯିବ। ତିନିଦିନିଆ ବ୍ରିଟେନ ଗସ୍ତ ଅବସରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରତିଶୃତିବଦ୍ଧ ଭାରତ ସରକାର । ଏହିକ୍ରମରେ ଭାରତୀୟ ରେଳବାଇ ପକ୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିଆଯାଇଛି ଏକ ବଡ ପଦକ୍ଷେପ । ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ ଅନୁସାରେ ଏହି ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ କାର୍ଯ୍ୟ ପ୍ରଣାଳୀର ହେବ ଯାଞ୍ଚ । ଯଦି ବି କେହି କର୍ମଚାରୀ ଏଥିରେ ଜଡିତ ରୁହନ୍ତି, ସେମାନଙ୍କୁ ଏଣିକି ଚାକିରୀରୁ ବିଦା କରାଯିବା । ତିନିଦିନିଆ ବ୍ରିଟେନ ଗସ୍ତ ଅବସରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ଅନେକ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁମାନେ ନିଜର କର୍ତ୍ତବ୍ୟ ପ୍ରତି କମ ନିଷ୍ଠା ଦେଖାଇଛନ୍ତି । ବ୍ରିଟେନରେ ଅବସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଏବଂ ଇଣ୍ଡିଆନ ଚ୍ୟାମ୍ପର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରେଳମନ୍ତ୍ରୀ ଏହା କହିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ ଜଣାଇଛନ୍ତି ।

ବର୍ତ୍ତମାନ ବ୍ୟାଙ୍କ କ୍ଷେତ୍ରରେ ହେଉଥିବା ଦୁର୍ନୀତିର ଅନ୍ତ ପାଇଁ ପ୍ରୟାସ ଜାରି ରହିଛି । ଚଳିତ ଆର୍ଥିକ ବର୍ଷର ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଠିକ ଉପାୟରେ ଉପସ୍ଥାପନ କରିଛନ୍ତି । ଭାରତର ଅର୍ଥନୀତିକୁ ଆସନ୍ତା 2024-25 ମସିହା ସୁଦ୍ଧା 5 ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ବ୍ୟବସ୍ଥା ରହିଛି ।

Intro:Body:

sg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.