ହାଇଦ୍ରାବାଦ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀରେ ‘ଇଟିଭି ଭାରତ’ର ନିଆରା ଶ୍ରଦ୍ଧାଞ୍ଜଳି । 11ଟି ଭାଷାରେ ବାପୁଙ୍କ ପ୍ରିୟ ଗୀତ ‘ବୈଷ୍ଣବ ଜନ ତୋ’ ଲଞ୍ଚ କରି ଗାନ୍ଧୀ ମନ୍ତ୍ରରେ ସମଗ୍ର ଦେଶକୁ ବାନ୍ଧିବାକୁ ସ୍ବତନ୍ତ୍ର ପ୍ରୟାସ । ତେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ନିଜର ଟ୍ବିଟର ଆକାଣ୍ଟରେ ସେୟାର କରିଛନ୍ତି ଏହି ଗୀତ । ଏହାସହ ‘ଇଟିଭି ଭାରତ’ର ନିଆରା ପ୍ରୟାସକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି ।
ଗାନ୍ଧୀଜିଙ୍କ ପ୍ରିୟ ଭଜନକୁ ରୂଚିପୂର୍ଣ୍ଣ ଢଙ୍ଗରେ ପ୍ରସ୍ତୁତ କରାଯାଇଥିବାରୁ ‘ଇଟିଭି ଭାରତ’କୁ ଉଭୟ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଦର୍ଶାଇଛନ୍ତି ଭଜନକୁ ଦେଶର ବିଭିନ୍ନ ପ୍ରାନ୍ତର ଗାୟକ ଗାୟିକା ସ୍ବର ଦେବାସହ ଦେଶର ବିବିଧତାକୁ ସ୍ଥାନ ଦିଆଯାଇଛି । ଯାହା ଆମର ବିବିଧତା ଭିତରେ ଏକତାକୁ ଦର୍ଶାଉଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ସେହିପରି ଆନ୍ଧ୍ର ପ୍ରଦେଶ ଦୁରଦର୍ଶନ ଏହି ଭିଡିଓଟିକୁ ନିଜର ଟ୍ବିଟର ଆକାଣ୍ଟରେ ସେୟାର କରି ଏହାର ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛି ।

ସେପଟେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ବିଜେପି ନେତା ଶତୀଶ ଉପାଧ୍ୟାୟ ମଧ୍ୟ ଭିଡିଓକୁ ନିଜର ଟ୍ବିଟର ଆକାଣ୍ଟରେ ସେୟାର କରିଛନ୍ତି ।

ସାରା ବିଶ୍ବରେ ପାଳିତ ହେଉଛି ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ। ମାହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀରେ ‘ଇଟିଭି ଭାରତ’ ପକ୍ଷରୁ ଦିଆଯାଇଛି ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ।

ବାପୁଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ ରେ କହିୟେ, ତେ ପିଡ ପରାୟେ ଜାନେ ରେ, ପର ଦୁଃଖ ଉପକାର କରେ ତୋ ମାନ ଅଭିମାନରେ’ ଏହି ଭଜନକୁ ସର୍ବଶ୍ରେଷ୍ଠ ଗାୟକ ଗାୟିକାଙ୍କୁ ନେଇ ଦେଶର ଭିନ୍ନଭିନ୍ନ 11ଟି ଭାଷାରେ ପ୍ରସ୍ତୁତ କରାଯାଇଛି । ଯାହାକୁ ଉନ୍ମୋଚନ କରିଛନ୍ତି ‘ଇଟିଭି ଭାରତ’ ଚେୟାରମ୍ୟାନ ରାମୋଜୀ ରାଓ ।