ETV Bharat / bharat

ସୁରକ୍ଷିତ ରାସ୍ତା ନିର୍ମାଣ ନେଇ ଗୃହରେ ପ୍ରସ୍ଥାବ ଉଠାଇଲେ ପିନାକୀ - puri

ଲୋକସଭାରେ ରାଜପଥ ନିର୍ମାଣ ନେଇ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ପିନାକୀ ମିଶ୍ର । ମନ୍ତ୍ରଣାଳୟ ସୁରକ୍ଷିତ ରାସ୍ତା ନିର୍ମାଣ ନେଇ ଅଧିକ ଧ୍ୟାନ ଦେବା ଉଚିତ ବୋଲି କହିଲେ ସେ ।

ଫଟୋ ସୌଜନ୍ୟ : ଲୋକସଭା ଟିଭି
author img

By

Published : Jul 15, 2019, 9:00 PM IST

ନୂଆଦିଲ୍ଲୀ : ଆଜି ସାଂସଦରେ ଜାତୀୟ ରାଜପଥ ନିର୍ମାଣ ନିର୍ମାଣ ଢାଞ୍ଚା ନେଇ ପ୍ରସଙ୍ଗ ଉପସ୍ଥାପନ କଲେ ବିଜେଡି ସାଂସଦ ପୀନାକି ମିଶ୍ର । ପୂର୍ବରୁ ନିଆଯାଇଥିବା 388 ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ନିଷ୍ପତ୍ତି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର 55ଟି ପ୍ରକଳ୍ପ ସଫଳ ହୋଇଛି । ଏହା ଖୁବ ଲଜ୍ୟାର ବିଷୟ । ତେଣୁ ମନ୍ତ୍ରଣାଳୟ ଏନେଇ ଅଧିକ ଧ୍ୟାନ ଦେବା ଉଚିତ । ରାସ୍ତା ନିମନ୍ତେ ଚଳିତ ବଜେଟକୁ ମଧ୍ୟ ସମର୍ଥନ କରିବା ଉଚିତ । ଏହାସହ ନିଜ ନିର୍ବାଚନମଣ୍ଡଳୀ ପୁରୀ ପାଇଁ ମଧ୍ୟ ମନ୍ତ୍ରଣାଳୟ ଦୃଷ୍ଟି ଦେବେ ବୋଲି ମୋର ଆଶା ରହିଥିବା କହିଲେ ସାଂସଦ ।

ଭିଡିଓ ସୌଜନ୍ୟ : ଲୋକସଭା ଟିଭି

ଗୃହରେ ଯମୁନା ଏକ୍ସପ୍ରେସ ୱେ ଦୁର୍ଘଟଣା ଉପରେ କହିଲେ ପିନାକୀ । ଗାଡି ଚାଳକ ଶୋଇ ପଡିବା ନେଇ ଘଟିଥିଲା ଦୁର୍ଘଟଣା । ହେଲେ ଯଦି ରାସ୍ତାରେ ରମ୍ବଲ୍ସ ରହିଥାନ୍ତା । ଚାଳକ ରାସ୍ତାରେ ଶୋଇବା ସମ୍ଭବ ହୋଇ ନଥାନ୍ତା କିମ୍ବା ଏତେ ବଡ ଦୁର୍ଘଟଣା ହୋଇ ନଥାନ୍ତା । କାରଣ ଆପଣ ଜାଣିଥିବେ ଆମେରିକା ରାସ୍ତାରେ ପ୍ରତିଟି ସ୍ଥାନରେ ରହିଛି ରମ୍ବଲ ଷ୍ଟ୍ରିପ । ରମ୍ବଲ ଷ୍ଟ୍ରିପ ଦୁର୍ଘଟଣାରୁ ଚାଳକକୁ ରକ୍ଷା କରିଥାଏ ।

ଅନ୍ୟପଟେ ସରକାରୀ ରାସ୍ତା ନିର୍ମାଣ ଯୋଜନାରେ ସାମିଲ ହୋଇଛି ଭାରତମାଲା ପରିଯୋଜନା ପ୍ରକଳ୍ପ । ଏନେଇ 83,677 କିଲୋମିଟର ପାଇଁ 5.35 ଲକ୍ଷ କୋଟିର ଅର୍ଥ ବ୍ୟୟ କରାଯାଇଛି । କିନ୍ତୁ ସଠିକ ଭାବେ କରାଯାଉ ବୋଲି କହିଲେ ପିନାକୀ । ସୁରକ୍ଷିତ ରାସ୍ତା ନିର୍ମାଣ ନେଇ ଟେଣ୍ଡର ଅଧିକ ଦିଅନ୍ତୁ ବୋଲି ମନ୍ତ୍ରଣାଳୟକୁ ଅନୁରୋଧ କଲେ ସାଂସଦ । ତେଣୁ ମନ୍ତ୍ରଣାଳୟ ଏନେଇ ଅଧିକ ଦୃଷ୍ଟି ଦେଲେ ଭଲ ହେବ ବୋଲି କହିଲେ ସାଂସଦ ପିନାକୀ ମିଶ୍ର ।

ଦିଲ୍ଲୀ- ମିରଟ ଏକ୍ସପ୍ରେସ ୱେର କାର୍ଯ୍ୟଶୈଳୀକୁ ପ୍ରଶଂସା କଲେ ପିନାକୀ । ଅତି ସୁନ୍ଦର ଭାବେ ଏହି କାର୍ଯ୍ୟକୁ ସଂପନ୍ନ କରାଯାଇଛି ବୋଲି କହିଲେ ପିନାକୀ ମିଶ୍ର ।

Intro:Body:

BLANK FOR LINK STORY 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.