ETV Bharat / bharat

କିନ୍ନରଙ୍କୁ ଯୌନ ଉତ୍ପୀଡନ ମାମଲା, ସୁପ୍ରିମକୋର୍ଟରେ PIL ଦାଏର - supreme court

ଯୌନ ଉତ୍ପୀଡନ ସମ୍ପର୍କିତ ଭାରତୀୟ ଦଣ୍ଡବିଧି ସଂହିତା ଗୁଡିକରେ ଉପଯୁକ୍ତ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ।

କିନ୍ନରଙ୍କ ଯୌନ ଉତ୍ପୀଡନ ସମ୍ପର୍କରେ ନିର୍ଦ୍ଦେଶ

author img

By

Published : Sep 26, 2020, 9:45 PM IST

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ସମ୍ପର୍କିତ ଭାରତୀୟ ଦଣ୍ଡବିଧି ସଂହିତା ଗୁଡିକରେ ଉପଯୁକ୍ତ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଦାଖଲ ହୋଇଥିବା ଆବେଦନରେ କିନ୍ନର, ଟ୍ରାନ୍ସସେକ୍ସୁଆଲଙ୍କୁ ଯୌନ ଉତ୍ପୀଡନ ଅଧୀନରେ ଆଣିବା ପାଇଁ ଏଥିରେ କୁହାଯାଇଛି । ଏହା ଦ୍ବାରା ସେମାନଙ୍କ ବିରୁଦ୍ଧରେ ହେଉଥିବା ଘଟଣା ଗୁଡିକର କୌଣସି ସମାଧାନ ହୋଇପାରିବ ।

ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ଜନହିତକର ଯାଚିକା ଅନୁସାରେ, ଯୌନ ଉତ୍ପୀଡନର ମୁକାବିଲା ପାଇଁ ଆଇପିସିର ବିଭାଗ ତଥା ବ୍ୟବସ୍ଥାରେ ଉପଯୁକ୍ତ ସଂଶୋଧନ ଏବଂ ବ୍ୟାଖ୍ୟା କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ । ଏହାଫଳରେ କିନ୍ନରମାନେ ଯୌନ ଉତ୍ପୀଡନର ପରିସରରେ ଆସିବେ ଓ ମାମଲା ମଧ୍ୟ ରୁଜୁ କରାଯାଇପାରିବ ।

ତୃତୀୟ ଲିଙ୍ଗଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଆବେଦନ କରାଯାଇଛି। ଏହି ଆବେଦନରେ କୁହାଯାଇଛି ଯେ ତୃତୀୟ ଲିଙ୍ଗର ଲୋକଙ୍କୁ ଯୌନ ଉତ୍ପୀଡନର ସମ୍ମୁଖୀନ ହେବାକୁ ପଡେ ତେଣୁ ସେମାନଙ୍କୁ ସୁରକ୍ଷା ପାଇଁ ମୌଳିକ ଅଧିକାର ମଧ୍ୟ ଦିଆଯିବା ଉଚିତ।ଏହି ଆବେଦନ ଆଇପିସିର ଧାରା 354A ର ଉପ-ଧାରା (1) ର (i), (ii) ଏବଂ (iv) ର ସାମ୍ବିଧାନିକ ବୈଧତାକୁ ମଧ୍ୟ କିଛି ମାତ୍ରାରେ ଚ୍ୟାଲେଞ୍ଜ କରାଯାଇଛି । ଏଥିରେ ଯୌନ ଉତ୍ପୀଡନ ମାମଲା ଗୁଡିକର ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.