ETV Bharat / bharat

କାନପୁର ଏନକାଉଣ୍ଟର: ତଦନ୍ତ ଦାବି ନେଇ ଆହ୍ଲାବାଦ ହାଇକୋର୍ଟରେ ଯାଚିକା ଦାଖଲ

author img

By

Published : Jul 14, 2020, 4:15 PM IST

ବିକାଶ ଦୁବେ ଏନକାଉଣ୍ଟର ମାମଲାର ନ୍ୟାୟିକ ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି। ଏହି ଆବେଦନ ଉପରେ କୋର୍ଟ ଜୁଲାଇ 15 ରେ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି।

ଆହ୍ଲାବାଦ ହାଇକୋର୍ଟ
ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ବିକାଶ ଦୁବେ ଏନକାଉଣ୍ଟର ମାମଲାର ନ୍ୟାୟିକ ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି। ଏହି ଆବେଦନ ଉପରେ କୋର୍ଟ ଜୁଲାଇ 15 ରେ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନ ସାଧାରଣ ସମ୍ପାଦକ ପ୍ରଭାସ ଶଙ୍କର ମିଶ୍ରଙ୍କ ପକ୍ଷରୁ ଦାଖଲ ହୋଇଥିବା ଯାଚିକାରେ 3 ଟି ମୁଖ୍ୟ ଦାବି କରାଯାଇଛି। ଏଥିରେ ସମଗ୍ର ମାମଲାର ତଦନ୍ତ ହାଇକୋର୍ଟର ସିଟିଂ ବିଚାରପତି କିମ୍ବା କୋର୍ଟ ଯାହାକୁ ଚୟନ କରିବ ସେ ତଦନ୍ତ କରିବେ । ଦ୍ବିତୀୟ ଦାବି ହେଲା ଅଦାଲତ ଦ୍ବାରା ପ୍ରତିଦିନ ମନିଟରିଂ ହେବା ଉଚିତ୍ । ଯେଉଁମାନେ ନିର୍ଦ୍ଦୋଷ, ସେମାନଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନଙ୍କୁ ଅନାବଶ୍ୟକ ଭାବେ ହଇରାଣ କରାଯିବା ଉଚିତ୍ ନୁହେଁ । ଯାଚିକା ଗ୍ରହଣ କରି ପ୍ରଧାନ ବିଚାରପତି ଗୋବିନ୍ଦ ମାଥୁର ଶୁଣାଣି କରିବାକୁ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପ୍ରଭାସ ଶଙ୍କର ମିଶ୍ରଙ୍କ ପକ୍ଷରୁ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ 2 ଥର ଚିଠି ଲେଖାଯାଇଥିଲା। ଯାଚିକାରେ ବିକାଶ ଦୁବେର ବିଳାସପୂର୍ଣ୍ଣ ଘର ଓ ଯାନବାହନ ଭାଙ୍ଗିବା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ସରକାର ଆଇନଗତ ପ୍ରକ୍ରିୟା ଅନୁସରଣ ନକରି ନ୍ୟାୟିକ ବ୍ୟବସ୍ଥା ସହିତ ଖେଳିଛନ୍ତି। ଏହାଦ୍ବାରା କୋର୍ଟରେ ଲୋକଙ୍କ ବିଶ୍ବାସ ହ୍ରାସ ପାଇବ। ଏହି ଏନକାଉଣ୍ଟରରେ ସମ୍ପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଅନେକ ଲୋକେ ଏହି ପ୍ରକାର ପଦକ୍ଷେପକୁ ଡରୁଛନ୍ତି ଓ ସେମାନଙ୍କର ଭୟ ଦୂର କରିବାକୁ ପଡିବ ।

ଉତ୍ତରପ୍ରଦେଶ ସରକାର କାନପୁରର ବିକାରୁ ଗ୍ରାମରେ ପୋଲିସ୍ ଏନକାଉଣ୍ଟରରେ ବିକାଶ ଦୁବେର ହତ୍ୟା ଓ 8 ଜଣ ପୋଲିସ ଶହୀଦ ଘଟଣାର ତଦନ୍ତ ପାଇଁ ବିଶିଷ୍ଟ କମିଶନ ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଶଶିକାନ୍ତ ଅଗ୍ରୱାଲଙ୍କ ନେତୃତ୍ବରେ ଏକକ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ ଆୟୋଗ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଆୟୋଗର ମୁଖ୍ୟାଳୟ କାନପୁରରେ ରହିବ। ଏ ସମ୍ପର୍କରେ ରାଜ୍ୟ ସରକାର ରବିବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.