ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୂର୍ବ ସରକାର ସମୟରେ ହୋଇଥିବା ଫୋନ୍ ଟ୍ୟାପିଂ ମାମଲା ସିବିଆଇକୁ ହସ୍ତାନ୍ତର କରି ଦେବା ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ଅନେକ ନେତା ଏହି ମାମଲାର ଯାଞ୍ଚ ପାଇଁ ଦାବି ଜଣାଇଥିଲେ ।
କର୍ଣ୍ଣାଟକରେ କଂଗ୍ରେସ- ଜେଡିଏସ ମେଣ୍ଟ ସରକାର ଥିବା ସମୟରେ ସରକାରଙ୍କ ଅନୁମୋଦନ କ୍ରମେ ଅବୈଧ ଫୋନ୍ ଟ୍ୟାପିଂ ହୋଇଥିବା ବିଜେପିର ଅନେକ ନେତା ଓ ସରକାରୀ ଅଧିକାରୀ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା ।
ତେବେ ମାମଲାକୁ ବର୍ତ୍ତମାନ ସିବିଆଇକୁ ହସ୍ତାନ୍ତର କରିଦେବା ନେଇ ୟେଦୁରପ୍ପା ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।