ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ଇଣ୍ଟରନେଟର ବ୍ୟବହାରରେ ବୃଦ୍ଧି ଘଟିବା ସହ ଲୋକେ ମୁଖ୍ୟତଃ ଡିଜିଟାଲ ପ୍ରକ୍ରିୟା ଉପରେ ଅଧିକ ନିର୍ଭରଶୀଳ ହେଉଥିବା ଦେଖାଯାଇଛି । ଏମିତିରେ ଏହି ସମୟର ସୁଯୋଗ ନେଇ ଅନେକ ସାଇବର ଠକ ଇମେଲ ଫିସିଂରେ ମାତିଥିବା ଦେଖାଯାଇଛି । ମୁଖ୍ୟତଃ କୋଭିଡ-19 ତଥ୍ୟ ନେଇ ଏହି ସାଇବର ଠକମାନେ ଫିସିଂର ଜାଲ ବିଛାଉଥିବା ଦେଖାଯାଉଛି । ଏନେଇ ଭାରତୀୟ ସାଇବର ସିକ୍ୟୁରିଟି ଆସୋସିଏସନ ସାଧାରଣ ନିର୍ଦ୍ଦେଶକ ତଥା ସାଇବର ସିକ୍ୟୁରିଟି ବିଶେଷଜ୍ଞ କୋଲୋନେଲ ଇନ୍ଦରଜିତ ସିଂ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେ କହିଛନ୍ତି କି ବର୍ତ୍ତମାନ ସମୟରେ ଇମେଲ ଫିସିଂ ପାଇଁ ମୁଖ୍ୟତଃ ସାଇବର ଠକମାନେ କୋଭିଡ-19 ସମ୍ବନ୍ଧୀୟ ମିଛ ତଥ୍ୟର ବ୍ୟବହାର କରୁଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରୁ ଏହି ସାଇବର କ୍ରାଇମର ମାତ୍ରା ପ୍ରାୟ 56 ପ୍ରତିଶତ ବୃଦ୍ଧି ପାଇଥିବା ସେ ପ୍ରକାଶ କରିଛନ୍ତି ।
![Phising attack, cyber attack, cyber attack amid pandemic, cyber fraudulent, latest cyber attack news, cyber awareness, ଫିସିଂ ଆକ୍ରମଣ, ସାଇବର ଆକ୍ରମଣ, କୋରୋନା ମହାମାରୀରେ ସାଇବର ଆକ୍ରମଣ, ସାଇବର ଠକେଇ, ଲାଟେଷ୍ଟ ସାଇବର ଆଟାକ ନ୍ୟୁଜ୍, ସାଇବର ସଚେତନତା](https://etvbharatimages.akamaized.net/etvbharat/prod-images/8128050_scammer.png)
ମାର୍ଚ୍ଚ ମାସ ମଧ୍ୟ ଭାଗରୁ ମୁଖ୍ୟତଃ ସାଇବର ଠକମାନେ ଏହି ଯୋଜନା ଆରମ୍ଭ କରିଥିବା ଅନୁମାନ କରାଯାଏ । ଆଉ ଏହାର ପ୍ରଥମ ପର୍ଯ୍ୟାୟ ଶିକାର ପାଲଟିଥିଲା ଅନେକ ବଡ ବଡ ଡାକ୍ତରଖାନା ଓ ଚେକ ରିପବ୍ଲିକସ୍ଥିତ କୋଭିଡ-19 ଟେଷ୍ଟିଂ ଲ୍ୟାବ । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା କି ସମ୍ପୃକ୍ତ ସ୍ଥାନରୁ କୋରୋନା ଆକ୍ରାନ୍ତମାନଙ୍କୁ ଚିକିତ୍ସା ଓ ଟେଷ୍ଟିଂ ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।
ସେହିପରି ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଫିସିଂ ଆକ୍ରମଣର ଶିକାର ହୋଇଥିଲା । ବିଭିନ୍ନ ରାଜ୍ୟ ଅଧିକୃତ ପେଶାଦାର ସାଇବର ଠକଙ୍କ ଦଳ ଏହି ଆକ୍ରମଣ ପଛରେ ଦାୟୀ ଥିବା କୁହାଯାଏ । ଏହାର ଲକ୍ଷ୍ୟ ଥିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦସ୍ୟଙ୍କ ଜରିଆରେ ଅନ୍ତରୀଣ ତଥ୍ୟ ଲିକ କରି ବିଭିନ୍ନ ଜଟିଳ ସିଷ୍ଟମକୁ ଆକ୍ସେସ କରିବା । ସେପଟେ ଏହି ମହାମାରୀ ସମୟରେ ବିଶ୍ବବ୍ୟାପୀ ଫିସିଂ ଦ୍ବାରା ଅନେକ ଆର୍ଥିକ ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି ।
![Phising attack, cyber attack, cyber attack amid pandemic, cyber fraudulent, latest cyber attack news, cyber awareness, ଫିସିଂ ଆକ୍ରମଣ, ସାଇବର ଆକ୍ରମଣ, କୋରୋନା ମହାମାରୀରେ ସାଇବର ଆକ୍ରମଣ, ସାଇବର ଠକେଇ, ଲାଟେଷ୍ଟ ସାଇବର ଆଟାକ ନ୍ୟୁଜ୍, ସାଇବର ସଚେତନତା](https://etvbharatimages.akamaized.net/etvbharat/prod-images/8128050_scammere.png)
ଏଠାରେ ଜାଣି ରଖିବା ଦରକାର କି ଫିସିଂ କ’ଣ । ଏହା ଏକ ସନ୍ଦିଗ୍ଧ ୱେବସାଇଟ ଏହା ମୁଖ୍ୟତଃ ଇମେଲ ଜରିଆରେ ୟୁଜର୍ସଙ୍କୁ ଟାର୍ଗେଟ କରେ । ଏହି ମେଲରେ ଅନେକ ପ୍ରଲୋଭନକାରୀ ତଥ୍ୟ ଦେଖାଇ ବିଭିନ୍ନ ଲିଙ୍କରେ କ୍ଲିକ କରିବା ପାଇଁ ୟୁଜର୍ସଙ୍କୁ ବାଧ୍ୟ କରାଯାଇଥାଏ । ଯାହା ଉପରେ କ୍ଲିକ କରିବା ମାତ୍ରେ ୟୁଜର୍ସଙ୍କ ଆଇପି ଆଡ୍ରେସ ଟ୍ରେସ ହେବା ସହ ତାଙ୍କ ସମ୍ବନ୍ଧୀୟ ଅନେକ ବ୍ୟକ୍ତିଗତ ତଥ୍ୟ ଲିକ ହୋଇଥାଏ । ତେବ ଏହା ଏକ ପ୍ରକାର ସୋସିଆଲ ଇଞ୍ଜିନିୟରିଂ । ତେଣେ କୋରୋନା ମହାମାରୀ ସମୟରେ ଏହି ଆକ୍ରମଣର ମାତ୍ରା ବଢୁଥିବାରୁ ଯଦି କୌଣସି ୟୁଜର୍ସ କୋଭିଡ-19 ସମ୍ବନ୍ଧୀୟ କିଛି ଇମେଲ ପାଆନ୍ତି । ତେବେ ଏଥିରେ ତୁରନ୍ତ ପ୍ରତିକ୍ରିୟା ଦେବା ଅପେକ୍ଷା ଏହାର ସତ୍ୟାସତ୍ୟ ପରୀକ୍ଷ କରିନେବା ଦରକାର ।
କୋରୋନା ମହାମାରୀ ସମୟରେ ସାଧାରଣ ଜନତା ଅନେକ ଅସୁବିଧା ଦେଇ ଗତି କରୁଥିବା ବେଳେ ସେମାନଙ୍କ ମନରେ ମଧ୍ୟ ଅନେକ ସମୟରେ ମାନସିକ ଅସ୍ଥିରତା ଲାଗି ରହୁଥିବା ଦେଖାଯାଉଛି । ଲୋକଙ୍କ ଏହି ମାନସିକ ଦୁଃସ୍ଥିତିର ଲାଭ ଉଠାଇ ଅତି ସମ୍ବେଦନଶୀଳ ତଥ୍ୟ ଜରିଆରେ ଭୟଭୀତ କରିବାକୁ ଚେଷ୍ଟା କରନ୍ତି ସାଇବର ଠକ ।
ଗୋଟିଏ ପଟେ ମହାମାରୀ ସମୟରେ ଷ୍ଟ୍ରିମିଂ ସାଇଟ ଯଥା ନେଟଫ୍ଲିକ୍ସ, ଆପଲ ଟିଭି ପ୍ଲସ ଓ ଆମଜନ ପ୍ରାଇମର ଚାହିଦା ବଢୁଛି । ଅନ୍ୟପଟେ ଭିଡିଓ କନଫରେନ୍ସି ଆପ୍ ୟଥା ୱେବଏକ୍ସ, ଜୁମ, ମାଇକ୍ରୋସଫ୍ଟ ଟିମ୍ସ ଓ ଗୁଗୁମ ମିଟ୍ର ମଧ୍ୟ ଚାହିଦା ବଢୁଛି । ତେଣୁ ଏହି ସବୁ ସର୍ଭିସ ନାମରେ ମଧ୍ୟ ସାଇବର ଠକମାନେ ୟୁଜର୍ସଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି । ଏମିତିରେ ଏପରି ଆକ୍ରମଣରୁ କିପରି ନିଜକୁ ବଞ୍ଚାଇବେ ପଢନ୍ତୁ...
![Phising attack, cyber attack, cyber attack amid pandemic, cyber fraudulent, latest cyber attack news, cyber awareness, ଫିସିଂ ଆକ୍ରମଣ, ସାଇବର ଆକ୍ରମଣ, କୋରୋନା ମହାମାରୀରେ ସାଇବର ଆକ୍ରମଣ, ସାଇବର ଠକେଇ, ଲାଟେଷ୍ଟ ସାଇବର ଆଟାକ ନ୍ୟୁଜ୍, ସାଇବର ସଚେତନତା](https://etvbharatimages.akamaized.net/etvbharat/prod-images/8128050_atatck.png)
![Phising attack, cyber attack, cyber attack amid pandemic, cyber fraudulent, latest cyber attack news, cyber awareness, ଫିସିଂ ଆକ୍ରମଣ, ସାଇବର ଆକ୍ରମଣ, କୋରୋନା ମହାମାରୀରେ ସାଇବର ଆକ୍ରମଣ, ସାଇବର ଠକେଇ, ଲାଟେଷ୍ଟ ସାଇବର ଆଟାକ ନ୍ୟୁଜ୍, ସାଇବର ସଚେତନତା](https://etvbharatimages.akamaized.net/etvbharat/prod-images/8128050_attacker.png)
ଏନେଇ କୋଲୋନେସ ଇନ୍ଦରଜିତ୍ ସିଂଙ୍କ କହିବା ଅନୁଯାୟୀ ଏହି ଆକ୍ରମଣ ବିଷୟରେ ସାଧାରଣ ଲୋକେ ଯେତେ ଅଧିକ ଜାଣିବେ, ସେମାନେ ଆକ୍ରମଣରୁ ବଞ୍ଚିବାର ସମ୍ଭାବନା ସେତେ ଅଧିକ । କେବଳ ଯେ ଫିସିଂ ଦ୍ବାରା ସେମାନେ ଆକ୍ରମଣର ଶିକାର ହେବେ ତାହା ନୁହେଁ, ଆହୁରି ଅନେକ ଆକ୍ରମଣ ଶୈଳୀ ଅଛି ଯାହା ସାଇବର ସଚେତନତା ଦ୍ବାରା ଲୋକେ ଆହୁରି ସହଜରେ ବୁଝିପାରିବେ । ତେଣୁ ଏଦିଗ ଉପରେ ମଧ୍ୟ ସମାନ ଗୁରୁତ୍ବ ଦିଆଯିବା ଦରକାର ବୋଲେ ସେ ମତ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ