ETV Bharat / bharat

ଘରୋଇ ଉପକରଣକୁ ତୁରନ୍ତ ସାନିଟାଇଜ ପାଇଁ ନୂଆ ଡିଭାଇସ ଆଣିଲା ଫିଲିପ୍ସ - କୋରୋନା ଭାଇରସ

ବାହାରୁ ଫେରିବା ପରେ ୱାଲେଟ, କାର କିମ୍ବା ବାଇକ ଚାବି ଏବଂ ପୋଷାକକୁ ତୁରନ୍ତ ସଫା କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେବେ ଏହି ସମସ୍ତ ସମସ୍ୟାର ମୁକାବିଲା ପାଇଁ ଇଲେକ୍ଟ୍ରୋନିକ୍ ଗୁଡ୍ସ ଉତ୍ପାଦକ ଫିଲିପ୍ସ ଏକ ସ୍ୱତନ୍ତ୍ର ଉପକରଣ ଉପସ୍ଥାପନ କରିଛି ।

_device
ଘରୋଇ ଉପକରଣକୁ ତୁରନ୍ତ ସାନିଟାଇଜ ପାଇଁ ନୂଆ ଡିଭାଇସ ଆଣିଲା ଫିଲିପ୍ସ
author img

By

Published : Jul 2, 2020, 4:37 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବିଶ୍ବର ଥିବା ବୈଜ୍ଞାନିକମାନେ ବାରମ୍ବାର ହାତକୁ ସାନିଟାଇଜ କରିବାକୁ ପରାମର୍ଶ ଦେଉଛନ୍ତି। ଏଥିସହ ବାହାରୁ ଫେରିବା ପରେ ୱାଲେଟ, କାର କିମ୍ବା ବାଇକ ଚାବି ଏବଂ ପୋଷାକକୁ ତୁରନ୍ତ ସଫା କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେବେ ଏହି ସମସ୍ତ ସମସ୍ୟାର ମୁକାବିଲା ପାଇଁ ଇଲେକ୍ଟ୍ରୋନିକ୍ ଗୁଡ୍ସ ଉତ୍ପାଦକ ଫିଲିପ୍ସ ଏକ ସ୍ୱତନ୍ତ୍ର ଉପକରଣ ଉପସ୍ଥାପନ କରିଛି ।

ଫିଲିପ୍ସର ଏହି ଡିଭାଇସ ସାହାଯ୍ୟରେ ଆପଣ ପିଲାମାନଙ୍କ ଖେଳନା ଠାରୁ ଆରମ୍ଭ କରି ପନିପରିବା, ଫଳ , ଚାବି, ୱାଲେଟ୍, କ୍ଷୀର, ଦହି ପ୍ୟାକେଟ୍, ପାୱାର୍ ବ୍ୟାଙ୍କ, ମୋବାଇଲ୍ ଏବଂ ଲାପଟପ୍ ପର୍ଯ୍ୟନ୍ତ ସବୁକିଛି ସହଜରେ ସାନିଟାଇଜ କରିପାରିବେ । ଫିଲିପ୍ସ ପ୍ରତିଦିନ ବ୍ୟବହାରରେ ଆସୁଥିବା ସମସ୍ତ ଜିନିଷକୁ ପରିଷ୍କାର କରିବା ପାଇଁ ୟୁଭି-ସି ବକ୍ସ ଆଣିଛି ।

କମ୍ପାନୀ ଦାବି କରିଛି ଯେ, ଯେଉଁ ଜିନିଷ ଗୁଡିକୁ ସାଧାରଣ ସାନିଟାଇଜର କିମ୍ବା ସାବୁନରେ ସଫା କରାଯାଇପାରିବ ନାହିଁ ତାହାକୁ ଏହି ଉପକରଣରେ ରଖିବା ଦ୍ବାରା କିଛି ମିନିଟ୍ ଭାଇରସ ମୁକ୍ତ କରିହେବ । କମ୍ପାନୀ ଦାବି କରିଛି ଯେ ଏହି ଡିଭାଇସରେ 99.99 ପ୍ରତିଶତ ଭାଇରସ ମରିବେ।

କମ୍ପାନୀ କହିଛି ଯେ, କ୍ଷୀର ପ୍ୟାକେଟ୍, ପରିବା, କି-ରିଙ୍ଗ, ଘଣ୍ଟା, ଚଷମା, ଛୋଟ ଖେଳନା ଆଦି ସାନିଟାଇଜ କରିବା ପାଇଁ 2-3 ମିନିଟ୍ ସମୟ ଲାଗିଥାଏ । ୟୁଭି-ସି ବକ୍ସର ମୂଲ୍ୟ 7,990 ଆରମ୍ଭ କରି11,990 ଟଙ୍କା ପର୍ଯ୍ୟନ୍ତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.